ବ୍ରଜରାଜନଗର ନିର୍ବାଚନ ପାଇଁ ହେଭିଓ୍ବେଟ୍‌ ନେତାଙ୍କୁ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ବର (ସଂକେତ୍ ଟିଭି) : ବିଜେ଼ଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରଜରାଜନଗର ଉପନିର୍ବାଚନ ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ଦେଇଛନ୍ତି । ଏହି ଉପନିର୍ବାଚନ ପରିଚାଳନା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି। ଜିଲା ପର୍ଯ୍ୟବେକ୍ଷକ ସୁବାସ ସିଂ, ସହ ପର୍ଯ୍ୟବେକ୍ଷକ ବିଷ୍ଣୁ କେଡିଆ ରହିଛନ୍ତି। ସେହିପରି ବ୍ରଜରାଜନଗର ପୌରାଞ୍ଚଳରେ ମନ୍ତ୍ରୀ ପ୍ରତାପ ଜେନା, ଯୋଜନା କମିଶନ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ଦାୟିତ୍ୱ ଦିଆଯାଇଛି।

ବେଲପାହାଡ଼ ପୌରାଞ୍ଚଳ ପାଇଁ ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ ଅତନୁ ସବ୍ୟସାଚୀଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ବିଧାୟକ ଚନ୍ଦ୍ର ସାରଥୀ ବେହେରା କଣ୍ଢେଇକେଲା ଓ ରେମତା ପଞ୍ଚାୟତ ଦାୟିତ୍ୱ, ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ, ଚାରପାଲି ଓ ପିଥିଣ୍ଡା, ବିଧାୟକ ରଜେନ୍ଦ୍ର କନକତୋରା ଓ ବାଦିମାଲ ଜିପି, ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଅତାବିରା ଓ ଭିକମପାଲି ପଞ୍ଚାୟତ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପଞ୍ଚଗାଁ ଓ ପଲସଦା, ବିଧାୟକ ରୋହିତ ପୂଜାରୀଙ୍କୁ ମଚିଦା ଓ କତରବଗା ପଞ୍ଚାୟତ ଦାୟିତ୍ୱ ଦିଆଯାଇଛି ।