ସମବାୟ ନିର୍ବାଚନ ପାଇଁ ୭ ଜଣିଆ କମିଟି ଗଠନ କଲା ବିଜେଡ଼ି

ଭୁବନେଶ୍ବର (ସଂକେତ୍ ଟିଭି) : ଆସନ୍ତା ସମବାୟ ନିର୍ବାଚନ ପାଇଁ ବିଜେଡି ଜୋରଦାର ପ୍ରସ୍ତୁତି ଚଳାଇଛି । ସମବାୟ ନିର୍ବାଚନ ପରିଚାଳନା କରିବା ନେଇ ବିଜେଡ଼ି ଏକ ୭ ଜଣିଆ କମିଟି ଗଠନ କରିଛି। ଏସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦଳର ବରିଷ୍ଠ ନେତୃତ୍ୱଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି।

ଏହି ବୈଠକରେ ପ୍ରତାପ ଦେବ ଅଧ୍ୟକ୍ଷତା କରିଥିବା ବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅତନୁ ସବ୍ୟସାଚୀ ନାୟକ, ପୁଷ୍ପେନ୍ଦ୍ର ସିଂ ଦେଓ, ସ୍ନେହାଙ୍ଗିନ ଛୁରୀଆ, ବିକ୍ରମ ପଣ୍ଡା, ରବୀନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ଓ ଜୋନସ୍ତରରେ କମିଟି ଗଠନ କରିବାକୁ ବୈଠକରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ସମବାୟ ନିର୍ବାଚନ ଆସନ୍ତା ୧୯ ଓ ୨୬ରେ ଦୁଇଟି ପର୍ଯ୍ୟାୟରେ ହେବ।