କଂଗ୍ରେସର ବରିଷ୍ଠ ନେତାଙ୍କୁ ଆଉ ମିଳିବନି ଟିକେଟ

ଉଦୟପୁର (ସଂକେତ୍ ଟିଭି) : ଉଦୟପୁରରେ ଚାଲିଥିବା କଂଗ୍ରେସର ଚିନ୍ତନ ଶିବିରରେ ବଡ଼ ଧରଣର ପରିବର୍ତ୍ତନକୁ ନେଇ ହୋଇଥିବା ଦାବି ଉପରେ ଶେଷରେ ମୋହର ବାଜିଛି । ଏହି ପରିପ୍ରେକ୍ଷୀରେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ବହୁ ବରିଷ୍ଠ ନେତାଙ୍କୁ ଟିକେଟ ନମିଳିବା ନିଷ୍ପତ୍ତି ନିଆଯାଇଛି । ଯୁବନେତାଙ୍କୁ ସଂଗଠନ ଦାୟିତ୍ୱ ସହ ନିର୍ବାଚନ ଟିକଟରେ ଅଗ୍ରାଧିକାର ଦିଆଯିବ ।

୨୦୨୪ ଲୋକସଭା ନିର୍ବାଚନ ଓ ତାପରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ଏହି ଫର୍ମୂଲା ଲାଗୁ କରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଲୋକସଭା ନିର୍ବାଚନରେ ୫୦ ପ୍ରତିଶତ ଟିକଟ ୫୦ ବର୍ଷରୁ କମ୍ ବୟସର ନେତାଙ୍କୁ ମିଳିବ । ତେବେ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ହେବାକୁ ଥିବା ଅନ୍ୟସବୁ ନିର୍ବାଚନରେ ଏହା ଲାଗୁ ହେବନାହିଁ । ବୟସ୍କ ତଥା ବରିଷ୍ଠ ନେତାଙ୍କୁ ମାର୍ଗଦର୍ଶକ ମଣ୍ଡଳୀରେ ସ୍ଥାନ ମିଳିବ ।

ବ୍ଲକ, ଜିଲ୍ଲା, ରାଜ୍ୟ ଓ ଏଆଇସିସି ଲେବୁଲ୍‌ରେ ପଦାଧିକାରୀଙ୍କ ଦକ୍ଷତାକୁ ଓ କାର୍ଯ୍ୟକୁ ମୂଲ୍ୟାଙ୍କନ କରାଯିବ । କୌଣସି ସ୍ତରରେ ଦଳ ଖରାପ ପ୍ରଦର୍ଶନ କଲେ ସେହି ସ୍ତରରେ ଥିବା ନେତାଙ୍କ ଠାରୁ ପଦ ଛଡ଼ାଇ ଅଣାଯିବ ବୋଲି କଂଗ୍ରେସ ନିଷ୍ପତ୍ତି ନେଇଛି । ଦଳରେ ଏସ୍‌ସି-ଏସ୍‌ଟି, ଓବିସି ଓ ଦଳିତଙ୍କ ଭାଗିଦାରୀ ପାଇଁ ଆରକ୍ଷଣର ପ୍ରାବଧାନ ଲାଗୁ ହେବ । ପ୍ରତ୍ୟେକ ରାଜ୍ୟରେ ପଲିଟିକାଲ୍ ଆଫେୟର୍ସ କମିଟି ଗଠନ ହେବ