ଅପମାନଜନକ ମନ୍ତବ୍ୟ ପୋଷ୍ଟ କରି ଗିରଫ ହେଲେ ଅଭିନେତ୍ରୀ

ମୁମ୍ବାଇ (ସଂକେତ୍ ଟିଭି) : ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଫେସ୍‌ବୁକ୍‌ରେ ପୋଷ୍ଟ କରିବା ମରାଠୀ ଅଭିନେତ୍ରୀ କେତକୀ ଚିତାଲେ ଗିରଫ ହୋଇଛନ୍ତି।

ଏକ ଅଭିଯୋଗକୁ ଭିତ୍ତି କରି ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୮ ତାରିଖ ପର୍ଯ୍ୟନ୍ତ ଜେଲ ହାଜତକୁ ପଠାଇ ଦିଆଯାଇଛି।

ତାଙ୍କ ବିରୋଧରେ ମୁମ୍ବାଇରେ ଆଉ ୨ଟି ଏବଂ ଆକୋଲାରେ ଗୋଟିଏ ମାମଲା ରୁଜୁ ହୋଇଛି। ପୂର୍ବରୁ ୨୯ ବର୍ଷୀୟା ଅଭିନେତ୍ରୀଙ୍କ ବିରୋଧରେ ଠାଣେ, ପୁଣେ ଓ ଧୁଲେ ଜିଲାରେ ମାମଲା ରୁଜୁ ହୋଇଥିଲା।