ବକ୍ସଅଫିସରେ ଫ୍ଲପ୍ ହେଲା ରଣବୀରଙ୍କ ଫିଲ୍ମ “ଜୟଶଭାଇ ଜୋରଦାର’

ମୁମ୍ବାଇ (ସଂକେତ୍ ଟିଭି) : ବଲିଉଡର କୁଲ୍ ଅଭିନେତା ରଣଭୀର ସିଂ । ଯିଏକି ତାଙ୍କ କ୍ୟାରିୟରରେ ବଡ ବଡ ହିଟ୍‌ ଫିଲ୍ମ ଦେଇଛନ୍ତି । ଯେମିତିକି “ବାଜିରାଓ ମସ୍ତାନୀ’, “ରାମ ଲୀଲା’, “ପଦ୍ମାବତ’ ଏବଂ “ଗଲି ବଏ’ ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ରରେ ଅଭିନୟ ଲୋକପ୍ରିୟ ହୋଇପାରିଛନ୍ତି । ରଣବୀରଙ୍କୁ ବଲିଉଡର ସବୁଠୁ ଦାମୀ ଅଭିନେତା ତାଲିକାରେ ସାମିଲ୍ କରାଯାଇଛି ।

ନିକଟରେ ତାଙ୍କର ଫିଲ୍ମ “ଜୟଶଭାଇ ଜୋର୍ଦାର’ ରିଲିଜ୍‌ ହୋଇଛି । ତାହା ବ୍ଲକବଷ୍ଟର ହେବା ବଦଳରେ ବକ୍ସଅଫିସରେ ଅସଫଳ ପ୍ରମାଣିତ ହୋଇଛି । ଗୋଟିଏ ପଟେ ସାଉଥର ସମସ୍ତର ଫିଲ୍ମ ପ୍ରଥମ ଦିନରେ ୫୦ କୋଟି କଲେକ୍ସନ କରୁଥିବାବେଳେ ବଲିଉଡର ଏହି ଫିଲ୍ମ ୩.୨୫ କୋଟିର ବ୍ଯବସାୟ କରିଛି ।

ରଣବୀରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ” ଜୟଶଭାଇ ଜୋରଦାର’ ଦର୍ଶକଙ୍କ ହୃଦୟ ଜିତି ପାରିଲା ନାହିଁ । ରଣବୀର ଫିଲ୍ମର ପ୍ରମୋସନ ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରିଥିଲେ । ଏହା ବିଶ୍‌ରେ ୩୫୦୦ ସ୍କ୍ରିନରେ ରିଲିଜ୍ ହୋଇଛି । ଫିଲ୍ମରେ ପ୍ରାୟ ୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପ୍ରଥମ ଦିନରେ ଏହା ୧୦ ପ୍ରତିଶତ କଲେକ୍ସନ ମଧ୍ୟ କରିପାରିଲା ନାହିଁ ।

ଏହା ବ୍ୟତୀତ ଦ୍ୱିତୀୟ ଦିନରେ ବି କଲେକ୍ସନ ଫିକା ପଡିଥିଲା । ମୋଟ୍ ୪.୫୦ କୋଟି ରୋଜଗାର କରିଥିଲା । ଫିଲ୍ମ ସମୀକ୍ଷକ ତଥା ବାଣିଜ୍ୟ ବିଶ୍ଳେଷକ ତରନ ଆଦର୍ଶ ଫିଲ୍ମକୁ ୧.୫ ଷ୍ଟାର ଦେଇଛନ୍ତି । ଏହା ସହ ସେ କହିଛନ୍ତି କନସେଫ୍ଟ ବଢିଆ ହେଲେ କାଷ୍ଟିଙ୍ଗ ବହୁତ ଖରାପ୍ । କଲେକସନ୍କୁ ଚାହିଁଲେ ଦ୍ୱିତୀୟ, ତୃତୀୟ ଦିନରେ ଫିଲ୍ମ ପାଇଁଅତ୍ୟନ୍ତ ଖରାପ ହୋଇଛି ବୋଲି କହିଛନ୍ତି ।

ଖବର ଅନୁଯାୟୀ, କିଲ୍ ଦିଲ୍‌’ ଏବଂ “ଲୁଟେରା’ ଭଳି ଫିଲ୍ମ ଅପେକ୍ଷା “ଜୟଶଭାଇ ଜୋରଦାର’ ଆଶା ଠାରୁ ଖରାପ ପ୍ରଦର୍ଶନ କରିଛି ।