ଦେଶକୁ ଦୁଇ ଭାଗରେ ବିଭକ୍ତ କରିଛି ବିଜେପି : ରାହୁଲ ଗାନ୍ଧୀ

ଜୟପୁର (ସଂକେତ୍ ଟିଭି) : ରାଜସ୍ଥାନର ବଂଶୱାରାର କଂଗ୍ରେସର ଏକ ରାଲିରେ ରାହୁଳ ଗାନ୍ଧୀ ବିଜେପି ଉପରେ ଅଭିଯୋଗ କରି କହିଛନ୍ତି କି ଭାରତକୁ ବିଜେପି ଏବେ ଦୁଇଭାଗରେ ବିଭକ୍ତ କରିଛି । ଗୋଟିଏ ଧନୀକଙ୍କ ଭାରତ ଓ ଅନ୍ୟଟି ଗରିବଙ୍କ ଭାରତ । ଧନୀକଙ୍କ ଭାରତ ମଧ୍ୟରେ ଶିଳ୍ପପତି, ଉଚ୍ଚ ସମ୍ରାନ୍ତଶ୍ରେଣୀୟ ବ୍ୟକ୍ତି ଥିବାବେଳେ ଗରିବଙ୍କ ଭାରତରେ ଗରିବ, ଦଳିତ ଓ ଆଦିବାସୀମାନେ ରହିଛନ୍ତି ।

ଦୁଇ ଚିନ୍ତାଧାରାର ଲଢ଼େଇରେ କଂଗ୍ରେସ ସର୍ବଦା ସେହି ଚିନ୍ତାଧାରାରେ ବିଶ୍ୱାସ କରେ ଯାହାକି ସବୁବର୍ଗର ସଂସ୍କୃତି, ଇତିହାସକୁ ସମ୍ମାନ ଓ ସୁରକ୍ଷା ଦେଇଥାଏ । କିନ୍ତୁ ବିଜେପି ବିଖଣ୍ଡିତ ଚିନ୍ତାଧାରା ତଥା ଅନ୍ୟର ସଂସ୍କୃତି ଓ ଇତିହାସକୁ ମୂଳପୋଛ କରିବା ଉପରେ ବିଶ୍ୱାସ କରିଥାଏ ବୋଲି ରାହୁଳ ଅଭିଯୋଗ କରିଛନ୍ତି । କଂଗ୍ରେସ ଲୋକଙ୍କ ସହ ଯୋଡ଼ି ହେବାକୁ ଚେଷ୍ଟା କରୁଥିବାବେଳେ ବିଜେପି କିନ୍ତୁ ଲୋକଙ୍କୁ ଭାଗ ଭାଗ କରିବାକୁ ଚେଷ୍ଟା କରିଥାଏ ।

ସେହିପରି ବିଜେପି ନେତୃତ୍ୱାଧୀନ ମୋଦି ସରକାର ଦେଶର ଅର୍ଥନୀତିକୁ ଦୁର୍ବଳ କରିଥିବା ବେଳେ ୟୁପିଏ ସରକାର ସମୟରେ ତାହା ବେଶ୍ ମଜବୁତ୍ ଥିବା ସେ କହିଛନ୍ତି ।