CulturalFeaturedLatest

ବିବାହ ବେଦୀରୁ ଉଠିଗଲା ଝିଅ, କହିଲା ମୁଁ ପୂର୍ବରୁ ବିବାହିତ, କନିଆଁର ରୂପ ଦେଖି ବର ବେହୋସ୍

ବାଲେଶ୍ବର (ସଂକେତ୍ ଟିଭି) : ମୁଁ ପୂର୍ବରୁ ବିବାହିତ । ମୋର ସ୍ୱାମୀ ଅଛି, ମୁଁ ବାହା ହେଇପାରିବିନି। ହାତରୁ କାଢିଦେଲା ଚୁଡି, ଆଉ ମଥାରୁ ପୋଛିଦେଲା ସିନ୍ଦୁର । କନ୍ୟାର ଏପରି ରୂପ ଦେଖି ବେହୋସ ହୋଇଗଲା ବେଦୀରେ ବସିଥିବା ବର । ବାଲେଶ୍ୱର ବାଲିଆପାଳ ଥାନା ରେମୁ ଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ରେମୁ ଗ୍ରାମର ଏକ ଝିଅର ଗତ ଶୁକ୍ରବାର ଦିନ ବିବାହ ଥିଲା। ବର ବରଯାତ୍ରୀ ସହିତ କନ୍ୟା ଘରକୁ ରୋଷଣୀ କରି ପହଞ୍ଚିଥିଲେ। ବିବାହ ପାଇଁ ସମସ୍ତ ରୀତିନୀତି ସାରି ବର ବେଦୀକୁ ଯାଇଥିଲେ।। ବେଦୀରେ ହୋମ ନିଆଁ ଜଳିଥିଲା।

ବର ଓ କନ୍ୟାଙ୍କର ହସ୍ତଗଣ୍ଠି ବି ପଡିଥିଲା। ତେବେ କିଛି ସମୟରେ ବେଦୀରେ କନ୍ୟା ବରକୁ ଦେଖି ବିଗିଡ଼ି ଯାଇଥିଲେ। ଉକ୍ତ ବରକୁ ବିବାହ କରିବ ନାହିଁ ବୋଲି କହି ବାହା ବେଦୀରେ ହାତରୁ ଶଙ୍ଖାଚୁଡ଼ି କାଢି ବର ଉପରକୁ ଫିଙ୍ଗି ଦେଇଥିଲେ। ଏହା ପରେ କାହାକୁ ଓ କେତେବେଳେ ବିବାହ କରିଛୁ ବୋଲି ପରିବାର ଲୋକେ ଝିଅକୁ ପ୍ରଶ୍ନ କରିବା ସହିତ କନ୍ୟାଙ୍କ ପରିବାର ଲୋକେ କନ୍ୟାଙ୍କୁ ମାଡ଼ ମାରିଥିଲେ। ତାଙ୍କୁ ବେଦୀରେ ବସିବାକୁ ବାଧ୍ୟ କରିଥିଲେ। ଯାହାକୁ ଦେଖି ବର ବେଦୀରେ ଚେତା ହରାଇ ବସିଥିଲେ। ଯାହାର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି।