‘ବିୟୁଟି ୱିଥ୍ ବ୍ରେନ୍‌’ ତେଲୁଗୁ ଅଭିନେତ୍ରୀ ସାଇ ପଲ୍ଲଭୀ

ମୁମ୍ବାଇ (ସଂକେତ୍ ଟିଭି) : ତେଲୁଗୁ ଅଭିନେତ୍ରୀ ସାଇ ପଲ୍ଲଭୀ ଦେଖିବାକୁ ଯେତିକି ସୁନ୍ଦର ସେତିକି ନିଖୁଣ ତାଙ୍କ ଅଭିନୟ । କମ ବୟସରୁ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଛାଡିପାରିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ । ଗୋଟେ ଗୋଟେ ଫୋଷ୍ଟକୁ ମିଳେ ଢେର ଲାଇକ୍ । ୨୦୧୫ରେ ମାଲାୟାଲମ୍ ଫିଲ୍ମ ‘ପେମମ୍‌’ ମାଧ୍ୟମରେ ସେ ଡେବ୍ୟୁ କରିଥିଲେ ।

ସାଇ ପଲ୍ଲଭୀଙ୍କୁ ବିୟୁଟି ୱିଥ୍ ବ୍ରେନ୍ ବୋଲି କୁହାଯାଏ । କାରଣ ତାଙ୍କ ପାଖରେ ରହିଛି ଡାକ୍ତରୀ ଡିଗ୍ରୀ । ସାଇ ପଲ୍ଲଭି କେବେ ଅଭିନେତ୍ରୀ ହେବାକୁ ଚାହୁଁନଥିଲେ । ଅଭିନେତ୍ରୀ ନହୋଇ ଜଣେ ଡାକ୍ତର ହେବାକୁ ଚାହୁଁଥିଲେ ସେ । ପାଖରେ ରହିଛି ଡାକ୍ତରୀ ଡିଗ୍ରୀ । ସାଇ ଜଣେ ହୃଦରୋଗ ବିଶେଷଜ୍ଞ ଭାବେ ଶିକ୍ଷା ଲାଭ କରିଛନ୍ତି ।

୨୦୧୪ ମସିହାରେ ସେ ଡାକ୍ତରୀ ପଢୁଥିବା ବେଳେ ତାଙ୍କୁ ପ୍ରେମମ ପିଲ୍ମର ଅଫର ଆସିଥିଲା । ପ୍ରଥମେ ଏହି ଫିଲ୍ମ କରିବାକୁ କୁଣ୍ଠାବୋଧ କରୁଥିଲେ ସାଇ । ଅନେକ ବୁଝାସୁଝା ପରେ ସେ ଏଥିରେ ଅଭିନୟ ପାଇଁ ରାଜି ହୋଇଗଲେ । କେବଳ ଏହି ଗୋଟିଏ ଫିଲ୍ମ କରିବାର ନିଷ୍ପତ୍ତି ନେଇଥିବା ସାଇଙ୍କୁ ପ୍ରଥମ ଫିଲ୍ମରୁ ଏତେ ସଫଳତା ମିଳିଥିଲା ଯେ ତାଙ୍କୁ ଏହାପରେ ଗୋଟେ ପରେ ଗୋଟେ ଫିଲ୍ମର ଅଫର ମିଳିଚାଲିଲା ।

ଏକ ସୁନ୍ଦର ଏବଂ ଭିନ୍ନ ଚିନ୍ତାଧାରା ନେଇ ବଞ୍ଚନ୍ତି ସାଇ ପଲ୍ଲଭୀ । ଫେୟାରନେସ୍ କ୍ରିମ୍‌ର ବିଜ୍ଞାପନ ନକରି ସେ ଏହାର ପ୍ରମାଣ ଦେଇଛନ୍ତି । ତାଙ୍କୁ ୨ କୋଟି ଟଙ୍କାର ଏକ ଫେୟାରନେସ୍ କ୍ରିମ୍‌ର ବିଜ୍ଞାପନ ଅଫର ଆସିଥିଲା । କିନ୍ତୁ ସେ ସମସ୍ତଙ୍କର ବର୍ଣ୍ଣ ସୁନ୍ଦର ଏଥିରେ କୌଣସି ପରିବର୍ତ୍ତନ ଆବଶ୍ୟକ ନାହିଁ କହି ଏହି ବିଜ୍ଞାପନ ପାଇଁ ମନାକରି ଦେଇଥିଲେ । ଫିଲ୍ମରେ ସାଇ କମ୍ ମେକଅପ ନେଇ ଆସିବାର ଦେଖାଯାଏ ।