ଅବନ୍ତିକା ମଲିକଙ୍କୁ ଛାଡପତ୍ର ଦେବେ ଇମ୍ରାନ ଖାନ

ମୁମ୍ବାଇ (ସଂକେତ୍ ଟିଭି) : ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଅମୀର ଖାନଙ୍କ ଭଣଜା ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ଅବନ୍ତିକା ମଲିକ ଦୀର୍ଘ ସମୟ ଧରି ପରସ୍ପରଠାରୁ ଅଲଗା ରହୁଛନ୍ତି । ଉଭୟ ଆଇନଗତ ଭାବରେ ଛାଡପତ୍ର ପାଇଁ ଆବେଦନ କରିନାହାଁନ୍ତି । କିନ୍ତୁ ରିପୋର୍ଟ ଅନୁଯାୟୀ କୁହାଯାଉଛି କି ଇମ୍ରାନ ଏବଂ ଅବନ୍ତିକା ଦୁହେଁ ଖୁବ୍ ଶୀଘ୍ର ଛାଡପତ୍ର ନେଇପାରନ୍ତି ।

ପରସ୍ପର ନିଜ ସମ୍ପର୍କକୁ ଆଉ ଏକ ସୁଯୋଗ ଦେବାକୁ ଚାହୁଁ ନାହାଁନ୍ତି । ଏହି ଦୁଇ ଜଣଙ୍କ ସମ୍ପର୍କ ବିଷୟରେ ମଧ୍ୟ ଦାବି କରାଯାଉଛି ଯେ ଅମୀର ଖାନଙ୍କ ପରି ଇମ୍ରାନ ଏବଂ ଅବନ୍ତିକା ଯେକୌଣସି ସମୟରେ ସେମାନଙ୍କର ଅଲଗା ହେବା ବିଷୟରେ ଅଫିସିଆଲି ଘୋଷଣା କରିପାରନ୍ତି । କହିବାକୁ ଗଲେ ଇମ୍ରାନ ଖାନ ଏବଂ ଅବନ୍ତିକା ମଲିକ ୨୦୧୧ ମସିହାରେ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ଝିଅ ଅଛି । ଯାହାର ନାମ ଇମାରା ମଲିକ ଖାନ । ସେମାନଙ୍କ ଝିଅ ଇମାରା ଜୁନ୍ ୨୦୧୪ରେ ଜନ୍ମ ହୋଇଥିଲେ । ବିବାହର ପ୍ରାୟ ୮ବର୍ଷ ପରେ, ଦୁହିଁଙ୍କ ମଧ୍ୟ ଝଗଡା ଆରମ୍ଭ ହୋଇଥିଲା । ଯାହା ପରେ ଖବର ଆସିବାକୁ ଲାଗିଲା କି ପରସ୍ପରଙ୍କ ମଧ୍ୟ ଫାଟ ସୃଷ୍ଟି ହେବା ସହ ଦୂରତା ବଢିଗଲାଣି । ଜୁନ୍ ୨୦୧୯ରେ ଅବନ୍ତିକା ଇମ୍ରାନ ଖାନଙ୍କୁ ଛାଡି ନିଜ ଘରକୁ ଚାଲି ଆସିଥିଲେ । ସେବେଠାରୁ ଅବନ୍ତିକା ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ତାଙ୍କ ପତ୍ନୀଙ୍କ ସହ ଆଗକୁ ବଢାଇବାକୁ ଚାହୁଁନାହାଁନ୍ତି କିନ୍ତୁ ଅବନ୍ତିକା ମଲିକ ଏହି ସମ୍ପର୍କକୁ ଆଉ ଏକ ସୁଯୋଗ ଦେବାକୁ ଚାହୁଁଛନ୍ତି । ସେ ଗତ ଦୁଇ ବର୍ଷ ଧରି ଇମ୍ରାନଙ୍କ ସହ ସବୁକିଛି ଠିକ୍ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ତାଙ୍କର ସମସ୍ତ ଚେଷ୍ଟା ବିଫଳ ହୋଇଥିଲା । ଏବେ ଅବନ୍ତିକା ସହିତ ଇମ୍ରାନ ଖାନଙ୍କ ସମ୍ପର୍କ ବୋଧ ହୁଏ ଅଟକି ଯିବ ।