ଭାରତରେ ନ୍ୟୁ ବିଏମଡବ୍ଲୁ ଏଫ ୯୦୦ ଏକ୍ସଆର ଶୁଭାରମ୍ଭ, ଦାମ୍ ୧୩ ଲକ୍ଷ ଟଙ୍କା

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଭାରତରେ ନୂଆ ବିଏମଡବ୍ଲୁ ଏଫ୯୦୦ ଏକ୍ସଆର ର ଶୁଭାରମ୍ଭ କରାଯାଇଛି । ଏହି ଆଡଭେନଚର୍ ସ୍ପୋର୍ଟସ ଟୁରର, କମ୍ପ୍ଲିଟଲି ବିଲ୍ଟ-ଅପ ୟୁନିଟ (ସିବିୟୁ) ଭାବେ ଉପଲବ୍ଧ ହେବ ଏବଂ ବିଏମଡବ୍ଲୁ ମୋଟୋରାଡ ଡିଲରସିପ୍‌ ରେ ବୁକ କରାଯାଇପାରିବ । ଏହି ନୂଆ ପ୍ରୋଫାଇଲ ବାଇକ ର ଡେଲିଭରୀ ଜୁନ ୨୦୨୨ରୁ ଆରମ୍ଭ ହୋଇଯିବ ।

ଆଡଭେନଚର୍ ସ୍ପୋର୍ଟସ ଟୁରର, ନ୍ୟୁ ବିଏମଡବ୍ଲୁ ଏଫ ୯୦୦ ଏକ୍ସଆର ସ୍ପୋର୍ଟିନେସ ଏବଂ ଟୁରିଙ୍ଗ ଦକ୍ଷତାର ଏକ ସାଲିସହୀନ ମିଶ୍ରଣ ପ୍ରଦାନ କରୁଛି । ଏହାର ଏକ୍ସ-ଶୋ ରୁମ ମୂଲ୍ୟ ୧୨,୩୦,୦୦୦ଟଙ୍କା ରହିଛି । ନୂଆ ବିଏମଡବ୍ଲୁ ଏଫ ୯୦୦ ଏକ୍ସଆର ଚାରୋଟି ଭାଲ୍‌ଭେସପର ସିଲିଣ୍ଡର, ଦୁଇଟି ଓଭରହେଡ କାମ୍ସହାଫ୍ଟସ ଏବଂ ଡ୍ରାଏ-ସମ୍ପ୍ଲବ୍ରିକେସନ ସହିତ ୱାଟର- କୁଲଡ ୪-ଷ୍ଟ୍ରୋକ ଇନ-ଲାଇନ ୨- ସିଲିଣ୍ଡର ୮୯୫ ସିସି ବିଏସ୬ ଇିନ ଦ୍ୱାରା ସମୃଦ୍ଧ ।

୮ ୫ ୦ ୦ ଆରପିଏମରେ ୧୦୫ଏଚପି(୭୭କେଡବ୍ଲୁ)ର ଏକ ଆଉଟପୁଟ ଏବଂ ୬୫୦୦ ଆରପିଏମରେ ୯୨ଏନଏମ ର ମ୍ୟାକ୍ସିମମ ଟର୍କ ସହିତ ଏହି ଇିନ ସ୍ପୋର୍ଟି ରାଇଡିଙ୍ଗ ଡାଇନାମିକ୍ସ ଏବଂ ଶାନ୍ତି କୁ ବଢ଼ାଇଥାଏ ଏହି ମୋଟରସାଇକେଲ ମାତ୍ର ୩.୬ ସେକେଣ୍ଡରେ ଘଂଟା ପ୍ରତି ୦-୧୦୦ କିମି ଗତି କରିାରେ ଏବଂ ଘଂଟାପ୍ରତି ୨୦୦କିମି ରୁ ଅଧିକର ଏକ ଶୀର୍ଷ ସ୍ପିଡ ଧରିପାରେ । ନୂଆ ବିଏମଡବ୍ଲୁ ଏଫ ୯୦୦ ଏକ୍ସଆର ର ୬.୫ – ଇଂଚ ଫୁଲ-କଲର ଟିଏଫଟି ସ୍କ୍ରିନ ସହିତ ମଲ୍ଟି ଫଙ୍କସନାଲ ଇଷ୍ଟୁମେଂଟ କ୍ଲଷ୍ଟର ଏହି ବିଭାଗରେ ଡିସପ୍ଲେ ଏବଂ ସୂଚନା ଦୃଷ୍ଟିରୁ ଗୁଣାତ୍ମକ ମାନର ଗୁଣବତା ପ୍ରଦାନ କରୁଛି ।

ଏହା ସମ୍ବନ୍ଧରେ ବିଏମଡବ୍ଲୁ ଗୃପ ଇଣ୍ଡିଆ, ପ୍ରେସିଡେଂଟ, ଶ୍ରୀ ବିକ୍ରମ ପହ୍ୱା କହିଛନ୍ତି ଯେ, ବିଏମଡବ୍ଲୁ ମୋଟୋରାଡ ଭାରତକୁ ଦୁନିଆର ସର୍ବୋତମ ପ୍ରିମିୟମ ମୋଟରସାଇକେଲ ନେଇଆସିଛି ଏବଂ ମୋଟରସାଇକେଲ ପ୍ରେମୀଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଏକ୍ସଆର ଆଥଲେଟିକ୍‌ଜିମ୍ ଏବଂ ଦୀର୍ଘ-ଦୂରତା ରାଇଡିଙ୍ଗ ପରଫରମାନ୍ସ ର ଏକ ସାଲିସହୀନ ମିଶ୍ରଣ ଉପସ୍ଥାପନା କରୁଛି ।

ଆଡଭେନଚରସ୍ ସ୍ପୋର୍ଟସ୍ ଟୁରର ବିଏମଡବ୍ଲୁ ଏଫ ୯୦୦ ଏକ୍ସଆର ର ନୂତନ ପ୍ରୋଫାଇଲ ର ସ୍ୱତନ୍ତ୍ର କାର୍ଯ୍ୟଦକ୍ଷତା ଶକ୍ତିଶାଳୀ ଫିଚର ସହିତ ମିଳିତ ହୋଇଛି ଯାହା ଗୋଟିଏ ପ୍ରକୃତ ଏକ୍ସଆର ର ଏକ ଭିନ୍ନ ତଥା ଭବିଷ୍ୟତ -ଆଧାରିତ ଶୈଳୀରେ ଚାଳନା କୁ ବଢ଼ାଇଥାଏ । ସ୍ପୋର୍ଟିରାଇଡିଙ୍ଗ ଆନନ୍ଦ, ସରଳ ନିୟନ୍ତ୍ରଣ ଏବଂ ବିଶେଷ ଫିଚରଗୁଡ଼ିକ ଏହି ବାଇକ କୁ ଚରମ ଥ୍ରୀଲ ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଏକ ମୁଲ୍ୟଯୁକ୍ତ ପ୍ୟାକେଜରେ ପରିଣତ କରୁଛି ।

ଗ୍ରାହକଙ୍କୁ ସେମାନଙ୍କ ପସନ୍ଦର ବିଏମଡବ୍ଲୁ ମୋଟରାଡ ମୋଟରସାଇକେଲ ଅଧିକାର କରିବାକୁ ସକ୍ଷମ କରିବାକୁ ବିଏମଡବ୍ଲୁ ଫାଇନାନ୍ସିଆଲ ସର୍ଭିସ ଇଣ୍ଡିଆ କଷ୍ଟମାଇଜ ଏବଂ ନମନୀୟ ଆର୍ଥିକ ସମାଧାନ ପ୍ରଦାନ କରିବ । ଗ୍ରାହକମାନେ ଡେଲିଭରୀ ପୂର୍ବରୁ ସେମାନଙ୍କ ଋଣ ପୂର୍ବ-ଅନୁମୋଦିତ କରିପାରିବେ । ଅଲ ବିଏମଡବ୍ଲୁ ମୋଟୋରାଡ ବାଇକ’ତିନି ବର୍ଷର, ସୀମାହୀନ କିଲୋମିଟର’ ପାଇଁ ଏକ ଷ୍ଟାଣ୍ଡାର୍ଡ ୱାରେଂଟି ସହିତ ଆସୁଛି । ଏଥିରେ ୱାରେଂଟି କୁ ଚାରି ଏବଂ ପାଂଚ ବର୍ଷ କୁ ବଢ଼ାଇବାର ବିକଳ୍ପ ମଧ୍ୟ ରହିଛି ।

ସସ୍‌ପେନ୍ସନ ହେଉଛି ଏହି ମିଡ-ରେ ସେଗମେଂଟ ରେ ଟେକ୍ନୋଲୋଜିକାଲ ସଫଳତା । ବ୍ରିଜ ଫ୍ରେମ ୨-ସିଲିଣ୍ଡର ଇନ-ଲାଇନ ଇିନ କୁ ଏକ ଲୋଡ଼ବିୟରିଙ୍ଗ ଉପକରଣ ଭାବେ ସଂଯୋଗ କରିଥାଏ ଏବଂ ଏହା ଗଭୀର ଡ୍ରନ ଏବଂ ୱେଲ୍‌ଡ ହୋଇଥିବା ସିଟ ଷ୍ଟିଲ ଅଂଶ ରେ ନିର୍ମିତ । ଟେଲିସ୍କୋପିକ ଫୋର୍କ, ଫ୍ରଂଟ ହୁଇଲ କଂଟ୍ରୋଲ ର ଯତ୍ନ ନେଇଥାଏ ଯେବେକି ରିୟର ହୁଇଲ କେନ୍ଦ୍ରିୟ ସସପେନ୍ସଟ୍ରୁଟ ସହିତ ଏକ ଡବଲ-ସାଇଡେଡ ସ୍ୱିଙ୍ଗିଙ୍ଗ ଆର୍ମ ଦ୍ୱାରା ପରିଚାଳିତ ହୋଇଥାଏ ।