ଆଇପିଏଲ୍ ଛାଡିଲେ କେନ୍ ୱିଲିୟମସନ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମ୍ୟାଚ ଜିତିବା ପରେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ୍ ୱିଲିୟମସନ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ନ୍ୟୁଜିଲାଣ୍ଡର ଅଧିନାୟକ ୱିଲିୟମସନ ଆଇପିଏଲ ୨୦୨୨ ଛାଡି ଘରକୁ ଚାଲିଯାଇଛନ୍ତି । କାରଣ ୱିଲିୟମସନ ଦ୍ୱିତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତି । ଏଥିାଇଁ ସେ ନିଜ ପତ୍ନୀ ଏବଂ ପରିବାର ସହିତ ରହିବାକୁ ଚାହୁଁଛନ୍ତି । ଟୁଇଟ୍ କରି ସନରାଇଜର୍ସ ହାଇଦ୍ରାବାଦ ଏହି ସୂଚନା ଦେଇଛି ।

ଏସ୍‌ଆରଏଚ୍ ଫ୍ରାଞ୍ଚାଇଜ୍ କହିଛନ୍ତି, ଆମର ଅଧିନାୟକ କେନ୍ ୱିଲିୟମସନ ତାଙ୍କ ପରିବାରକୁ ନୂତନ ଆଗମନକୁ ସ୍ୱାଗତ କରିବା ପାଇଁ ନ୍ୟୁଜିଲ୍ୟାଣ୍ଡକୁ ଫେରିଛନ୍ତି । ସନରାଇଜର୍ସ କ୍ୟାମ୍ପରେ ସମସ୍ତେ କେନ୍ ୱିଲିୟମସନ ଏବଂ ତାଙ୍କ ପତ୍ନୀଙ୍କୁ ଏକ ନିରାପଦ ପ୍ରସବ ଏବଂ ସୁଖ କାମନା କରୁଛନ୍ତି । ୨୨ ମେରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦକୁ ଶେଷ ମ୍ୟାଚ୍‌ ଖେଳିବାକୁ ପଡିବ । ୱିଲିୟମସନଙ୍କ ଅନୁପସ୍ଥିତିରେ ହାଇଦ୍ରାବାଦର ଅଧିନାୟକ କିଏ ହେବ ସେନେଇ ହାଇଦ୍ରାବାଦ ଫ୍ରାଞ୍ଚାଇଜ୍ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହିଁ । ଚଳିତ ସିଜନରେ ହାଇଦ୍ରାବାଦ ଦଳ ଏପର୍ଯ୍ୟନ୍ତ ୬ ଟି ଜିତିଛି ଏବଂ ୧୩ଟି ମ୍ୟାଚରେ ସାତୋଟି ହାରିଛି । ଦଳ ଏପର୍ଯ୍ୟନ୍ତ ଅଷ୍ଟମ ସ୍ଥାନରେ ରହିଛି ଏବଂ ପ୍ଲେ ଅଫ୍ ଦୌଡ଼ରେ ରହିଆସିଛି ।