ବାହା ନହୋଇ ବି ବାପା ହୋଇଥିଲେ କ୍ରିକେଟର

ନୂଆଦିଲ୍ଲୀ (ସଂକେତ୍ ଟିଭି) : କ୍ରିକେଟରମାନଙ୍କ ଲଭ୍ ଷ୍ଟୋରି ବିଷୟରେ ପ୍ରାୟ ଶୁଣିବାକୁ ମିଳିଥାଏ । କିନ୍ତୁ ଆଜି ଆସନ୍ତୁ ଏପରି ୫ଜଣ କ୍ରିକେଟରଙ୍କ ବିଷୟରେ ଜାଣିବା ଯେଉଁମାନେ ବାହାଘର ପୂର୍ବରୁ ବାପା ହେବାର ସୌଭାଗ୍ୟ ଅର୍ଜନ
କରିଥିଲେ ।

ହାର୍ଦ୍ଦିକ ପାଣ୍ଡ୍ୟା : ଭାରତୀୟ କ୍ରୀଡ଼ାବିତ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ଏପରି ଭାରତୀୟ ଖେଳାଳୀ ଯିଏକି ବାହାଘର ପୂର୍ବରୁ ବାପା ହୋଇଥିଲେ । ସେ ୨୦୨୦ ଜୁଲାଏ ୩୦ ତାରିଖ ଘୋଷଣା କରିଥିଲେ ଯେ ତାଙ୍କ ଭାବି ସ୍ତ୍ରୀ ନତାଶା ଷ୍ଟେନକୋଭିକ ଗର୍ଭବତୀ ଅଛନ୍ତି । କିନ୍ତୁ ୨୦୨୦ ଜାନୁଆରୀ ୧ ତାରିଖରେ ଏହି ଦୁଇଜଣଙ୍କ ର୍ନିବନ୍ଧ ଦୁବାଇରେ ହୋଇଥିଲା ।

ଆଣ୍ଡ୍ର‌୍ୟୁ ସାଇମଣ୍ଡସ୍ : ଦୁନିଆରୁ ବିଦାୟ ନେଇ ସାରିଥିବା ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ରିକେଟ ଖେଳାଳୀ ଆଣ୍ଡ୍ର‌୍ୟୁ ସାଇମଣ୍ଡସ୍ ମଧ୍ୟ ବାହାଘର ପୂର୍ବରୁ ବାପା ହୋଇଥିଲେ । ସାଇମଣ୍ଡସ ଓ ତାଙ୍କ ସ୍ତ୍ରୀ ଲୌରା ୨୦୧୪ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେ ଦୁଇ ଜଣ ତାଙ୍କ ପୁଅ ଜନ୍ମ ହେବାର ଗୋଟିଏ ବର୍ଷ ପରେ ବାହା ହୋଇଥିଲେ । ତାଙ୍କ ପରିବାରରେ ସ୍ତ୍ରୀ ଲୌରାଙ୍କ ବ୍ୟତିତ ସାଇମଣ୍ଡଙ୍କର ପୁଅ ଝିଅ ଏବଂ ଗୋଟିଏ ବିଲେଇ ଅଛି ।

ଡେଭିଡ ୱାର୍ଣ୍ଣର : ଅଷ୍ଟ୍ରେଲିଆର ଧୂଆଁଧାର ବୋଲର୍ ଡେଭିଡ ୱାର୍ଣ୍ଣର ମଧ୍ୟ ବାହାଘର ପୂର୍ବରୁ ବାପା ହୋଇଥିଲେ । ଡେଭିଡ ୱାର୍ଣ୍ଣର ଓ ତାଙ୍କ ସ୍ତ୍ରୀ କେଣ୍ଡିସ ୱାର୍ଣ୍ଣର ୨୦୧୪ରେ ତାଙ୍କ ଝିଅକୁ ଜନ୍ମ ଦେଇଥିଲେ । ଦୁଇଜଣଙ୍କ ବାହାଘର ୨୦୧୫ରେ ହୋଇଥିଲା ।

କ୍ରିଶ୍ ଗେଲ୍ : ୟୁନିଭର୍ସ ବୋସ୍‌ ନାମରେ ଜଣାଶୁଣା ଲୋକପ୍ରିୟ କ୍ରିକେଟ୍‌ ତାରକା କ୍ରିଶ୍ ଗେଲ୍ ମଧ୍ୟ ବାହା ନହୋଇ ବାପା ହୋଇଥିବା ଖେଳାଳୀଙ୍କ ତାଲିକାରେ ଅଛନ୍ତି । ୨୦୧୭ରେ ତାଙ୍କର ଭାବି ସ୍ତ୍ରୀ ନତାଶା ବେରିଜ୍ ଏକ ଝିଅକୁ ଜନ୍ମ ଦେଇଥିଲେ । ଗେଲ୍ ବାପା ହେବା ପରେ ନତାଶା ବେରିଜ୍ ତାଙ୍କୁ ବିବାହ କରିଥିଲେ ।

ଜୋ ରୁଟ୍ : ଇଂଲଣ୍ଡ କ୍ରିକେଟ ଦଳର ପୂର୍ବତନ ଟେଷ୍ଟ କ୍ୟାପ୍ଟେନ ଯୋ ରୁଟ୍ ବାହା ନହୋଇ ବାପା ହୋଇଛନ୍ତି । ଯୋ ରୁଟ୍ ଓ ତାଙ୍କ ଭାବି ସ୍ତ୍ରୀ କ୍ୟାରି କୋରଟେଲ୍‌ଙ୍କର ୨୦୧୬ରେ ନିର୍ବନ୍ଧ ହୋଇଥିଲା । କିନ୍ତୁ ବାହାଘର ପୂର୍ବରୁ ଯୋ ବାପା ହୋଇଥିଲେ । ୨୦୧୭ ଜାନୁଆରୀ ୭ ତାରିଖରେ କୋରଟେଲ ଆଲଫ୍ରେଡ ନାମକ ଏକ ପୁଅ ଜନ୍ମ ଦେଇଥିଲେ । ଏହାପରେ ଯୋ ଓ କ୍ୟାରି ବିବାହ କରିଥିଲେ ।