କମିଲା ତେଲ ଦର, ପେଟ୍ରୋଲ ୯.୫ ଓ ଡିଜେଲ୍ ୭ ଟଙ୍କା ଶସ୍ତା ହେଲା

ନୂଆଦିଲ୍ଲୀ: (ସଂକେତ୍ ଟିଭି) ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ । କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୮ ଟଙ୍କା ଏକ୍ସାଇଜ୍ ଡ୍ୟୁଟି କମିଥିବା ବେଳେ ଡିଜେଲ୍ ଉପରେ ୬ ଟଙ୍କା ଶୁଳ୍କ ହ୍ରାସ କରିଛନ୍ତି । ଉତ୍ପାଦନ ଶୁଳ୍କ ହ୍ରାସ ହେବା ପରେ ପେଟ୍ରୋଲ ମୂଲ୍ୟରେ ୯.୫ ଟଙ୍କା ହ୍ରାସ ପାଇଥିବା ବେଳେ ଡିଜେଲ୍ ମୂଲ୍ୟରେ ୭ ଟଙ୍କା ହ୍ରାସ ହୋଇଛି।