ଖଡକପୁର-ଭଦ୍ରକ ମଧ୍ୟରେ ୧୩୦ କିମି ବେଗରେ ଦୌଡିଲା ଟ୍ରେନ୍

ବାଲେଶ୍ବର (ସଂକେତ୍ ଟିଭି) : ଦକ୍ଷିଣପୂର୍ବ ରେଳପଥର ଖଡକପୁରରୁ ବିଜୟଓ୍ବାଡା ମଧ୍ଯରେ ଥିବା ରେଳ ଟ୍ରେକ୍ ର ଆଧୁନିକୀକରଣ କାମ ଚାଲିଛି । ସେଥିମଧ୍ଯରୁ ଖଡକପୁରରୁ ଭଦ୍ରକ ମଧ୍ଯରେ କାମ ଶେଷ ହୋଇଛି । ଏହି ଟ୍ରାକ୍ ରେ ଏଣିକି ଟ୍ରେନ ୧୩୦ କିମି ବେଗରେ ଦୌଡିବ । ଆଜି ଏହାର ପରୀକ୍ଷା କରାଯାଇଥିଲା । ଏଥିରେ ଟ୍ରେନ୍ ୧୩୦ କିମି ବେଗରେ ଏକ ଟ୍ରେନକୁ ଚଳାଯାଇଥିଲା । ଏହା ସଫଳ ହୋଇଛି ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଖୁବ୍ ଶିଘ୍ର ଖଡକପୁର-ଭଦ୍ରକ ସମସ୍ତ ଯାତ୍ରୀବାହୀ ଟ୍ରେନ ଏବଂ ମାଲବାହୀ ଟ୍ରେନର ବେଗକୁ ୧୩୦ କିମି ପର୍ଯ୍ୟନ୍ତ ବଢାଯିବ । ଏହା ହେଲେ ରେଳ ଯାତ୍ରୀମାନେ କମ୍ ସମୟ ମଧ୍ୟରେ ତାଙ୍କର ଗନ୍ତବ୍ଯସ୍ଥଳରେ ପହଞ୍ଚିପାରିବେ ।