ଦ୍ଵିତୀୟ ବିବାହ କଲେ ଗାୟିକା କନିକା କପୁର

ମୁମ୍ବାଇ(ସଂକେତ୍ ଟିଭି) : ବଲିଉଡର ଗାୟିକା କନିକା କପୁର ବ୍ୟବସାୟୀ ଗୌତମଙ୍କୁ ବିବାହ କରିଛନ୍ତି। ଲଣ୍ଡନରେ ହିନ୍ଦୁ ରୀତିନୀତି ଅନୁସାରେ ଦୁହିଁଙ୍କ ବିବାହ ଶୁକ୍ରବାର ଅର୍ଥାତ୍‌ ଗତକାଲି ସମାପ୍ତ ହୋଇଛି। ନିକଟରେ କନିକାଙ୍କ ବିବାହ ପୂର୍ବର ସମସ୍ତ କାର୍ଯ୍ୟକ୍ରମ ତଥା ମେହେନ୍ଦୀ, ହଳଦୀର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଏହା ହେଉଛି କନିକା କପୁରଙ୍କ ଦ୍ୱିତୀୟ ବିବାହ । ଏହାପୂର୍ବରୁ କନିକା ଏନଆରଆଇ ରାଜଙ୍କୁ ବିବାହ କରିଥିଲେ। ଏହି ବିବାହରୁ କନିକାଙ୍କର ତିନୋଟି ସନ୍ତାନ ଅଛନ୍ତି । ୨୦୧୨ରେ କନିକା ଛାଡପତ୍ର ନେଇଥିଲେ ଏବଂ ତା’ପରେ ସଙ୍ଗୀତକୁ ତାଙ୍କ କ୍ୟାରିଅର୍ ଭାବେ ବାଛିଥିଲେ। ଦଶ ବର୍ଷ ପରେ କନିକା କପୁର ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।