ସଲମାନ ଖାନଙ୍କ ଫିଲ୍ମରୁ ଆୟୁଷ ଶର୍ମା ଆଉଟ୍

ମୁମ୍ବାଇ(ସଂକେତ୍ ଟିଭି) : ସଲମାନଙ୍କ ଫିଲ୍ମ ‘କଭି ଇଦ୍ କଭି ଦିୱାଲୀ’ ମଧ୍ୟ ଦୀର୍ଘ ସମୟ ଧରି ଚର୍ଚ୍ଚାରେ ରହିଛି। ସଲମାନ ଖାନଙ୍କ ଏହା ହେଉଛି ବିଗ୍‌ ବଜେଟ୍‌ ଫିଲ୍ମ । ଖବର ଆସିଥିଲା କି ଏହି ଫିଲ୍ମରେ ତାଙ୍କ ଭଉଣୀ ଅର୍ପିତା ଖାନଙ୍କ ସ୍ୱାମୀ ଆୟୁଷ ଶର୍ମାଙ୍କ ମଧ୍ୟ ନଜର ଆସିବେ। କିନ୍ତୁ ବର୍ତ୍ତମାନ ଏହାକୁ ନେଇ ଏକ ବଡ ଅପଡେଟ୍ ରହିଛି । ଏହି ଫିଲ୍ମରେ ଆୟୁଷ ଶର୍ମାଙ୍କୁ ଦେଖିବାକୁ ମିଳିବ ନାହିଁ ।

ଆୟୁଷ ଶର୍ମା ଏବଂ ସଲମାନ ଖାନ ପ୍ରଥମ ଥର ପାଇଁ ‘ଅନ୍ତିମ୍‌ ଦ ଫାଇନାଲ ଟ୍ରୁଥ’ ଫିଲ୍ମରେ ଏକାଠି ନଜର ଆସିଥିଲେ । ବର୍ତ୍ତମାନ ଦୁହେଁ ଦ୍ୱିତୀୟ ଥର ପାଇଁ ସ୍କ୍ରିନ୍ ସେୟାର କରିବାକୁ ଯାଉଥିଲେ କିନ୍ତୁ ବର୍ତ୍ତମାନ ତାହା ହେବ ନାହିଁ। ଆୟୁଷ ଏହି ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରି ଦେଇଥିଲେ।

ଖବର ଅଛି ଯେ ତାଙ୍କ ସ୍ଥାନରେ ନିର୍ମାତାମାନେ ନୂଆ ଯୁବ କଳାକାରଙ୍କ ଅଫର କରିବେ ବୋଲି ଶୁଣିବାକୁ ମିଳୁଛି । ସେମାନଙ୍କ ମଧ୍ୟ ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ ଏବଂ ଜାଭେଦ୍ ଜାଫ୍ରିଙ୍କ ପୁଅ ମେଜାନ ଜାଫ୍ରିଙ୍କ ନାମ କୁହାଯାଉଛି ।ତେବେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଫରହାଦ୍ ସାମଜୀ। ଫିଲ୍ମଟି ୩୧ ଡିସେମ୍ବରରେ ମୁକ୍ତିଲାଭ କରିବ ।