ହେଟମାୟରଙ୍କ ପତ୍ନୀଙ୍କ ପ୍ରତି ବିବାଦୀୟ ଟିପ୍ପଣୀ କରି ଫସିଲେ ଗାଭାସ୍କର

ମୁମ୍ବାଇ(ସଂକେତ୍ ଟିଭି) : କ୍ରିକେଟର ତଥା ଭାଷ୍ୟକାର ସୁନୀଲ ଗାଭାସ୍କର ରାଜସ୍ଥାନ ରୟାଲ୍ସର ବ୍ୟାସଟମ୍ୟାନ ସିମରନ ହେଟମାୟରଙ୍କ ପତ୍ନୀଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରିଛନ୍ତି । ଏହାପରେ ତାଙ୍କୁ କମେଣ୍ଟ୍ରିରୁ ହଟାଇବା ପାଇଁ ଦାବି ହୋଇଛି। ଏହା ପୂର୍ବରୁ ସେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରତି ଟିପ୍ପଣୀ କରି ବିବାଦ ଘେରରେ ରହିଥିଲେ।

ରାଜସ୍ଥାନ ଏବଂ ଚେନ୍ନାଇ ମ୍ୟାଚ୍ ସମୟରେ ଯେତେବେଳେ ସିମରନ ହେଟମାୟର ବ୍ୟାଟିଂ ପାଇଁ ଆସିଲେ ସେହି ସମୟରେ କମେଣ୍ଟ୍ରି କରୁଥିବା ଗାଭାସ୍କର କହିଛନ୍ତି, ହେଟମାୟରଙ୍କ ପତ୍ନୀ ତ ଡେଲିଭରି କରି ଦେଲେ। ଏବେ ଦେଖିବାକୁ ବାକି ରହିଲା ଯେ, ହେଟମାୟର ଡେଲିଭରି କରି ପାରୁଛନ୍ତି ନା ନାହିଁ। ଏହାପରେ ହେଟମାୟର ସାତଟି ବଲ୍‌ରୁ ଛଅ ରନ କରି ଆଉଟ୍ ହୋଇଛନ୍ତି। ଏବେ ଗାଭାସ୍କରଙ୍କ ଏହି ଟିପ୍ପଣୀକୁ ନେଇ ବିବାଦ ଆରମ୍ଭ ହୋଇ ଯାଇଛି।

ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ସିମରନ ହେଟମାୟର ନିକଟରେ ବାପା ହୋଇଛନ୍ତି। ଏହି ସମୟରେ ସେ ନିଜ ପତ୍ନୀଙ୍କ ସହ ରହିବା ପାଇଁ କିଛି ଦିନ ଛୁଟି ନେଇଥିଲେ ଏବଂ ଓ୍ଵେଷ୍ଟଇଣ୍ଡିଜ ଗସ୍ତ କରିଥଲେ। ପିତା ହେବା ପରେ ହେଟମାୟର ନିଜ ଶିଶୁ ସହ ଛୋଟ ଭିଡିଓ ସେୟାର କରିଥିଲେ। ସେ ଲେଖିଥିଲେ, ପତ୍ନୀକୁ ବହୁତ ଭଲ ପାଏ। ବାପା ହେବା ପରେ ସେ ପୁଣି ଥରେ ନିଜ ଦଳ ସହ ଯୋଗ ଦେଇଛନ୍ତି ଏବଂ ଚେନ୍ନାଇ ବିପକ୍ଷ ମ୍ୟାଚ୍ ବି ଖେଳିଛନ୍ତି।

ଚେନ୍ନାଇ ବିପକ୍ଷ ମ୍ୟାଚରେ ଯେବେ ହେଟମାୟର ବ୍ୟାଟିଂ କରିବାକୁ ଆସିଥିଲେ, ସୁନିଲ ଗାଭାସ୍କର ଏହି ସମୟରେ ଆପତ୍ତି ଜନକ ଟିପ୍ପଣୀ କରିଥିଲେ ।