୨୦୨୪ରେ ଶୁକ୍ରଯାନ ପ୍ରେରଣ କରିବ ଇସ୍ରୋ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଚନ୍ଦ୍ରଯାନ ଓ ମଙ୍ଗଳଯାନ ପରେ ଏବେ ଭାରତ ଶୁକ୍ରଯାନ ଉପରେ କାମ କରିବା ଆରମ୍ଭ କରିଦେଇଛି । ଇସ୍ରୋ ଚେୟାରମ୍ୟାନ୍ ଏସ୍‌. ସୋମନାଥ କହିଛନ୍ତି କି ଶୁକ୍ର ଗ୍ରହ ବିଷୟରେ ସବିଶେଷ ତଥ୍ୟ ହାସଲ କରିବା ଲାଗି ୨୦୨୪ ଡିସେମ୍ବର ବେଳକୁ ମହାକାଶକୁ ଭାରତ ଶୁକ୍ରଯାନ ପ୍ରେରଣ କରିବ ।

ମିଶନର ସମୟକୁ ଏପରି ଧାର୍ଯ୍ୟ କରିବାର କାରଣ ଏହି ସମୟରେ ଶୁକ୍ର ପୃଥିବୀର ଖୁବ୍ ନିକଟତର ଥିବ । ଏହି ସମୟରେ ଶୁକ୍ରଗ୍ରହକୁ ଆର୍ବିଟର ପହଞ୍ଚାଇବାରେ ଇନ୍ଧନର ଖର୍ଚ୍ଚ କମ୍ ରହିବ । ପୃଥିବୀ ବ୍ୟତୀତ ଅନ୍ୟ କୌଣସି ଗ୍ରହରେ ଜୀବନ ସମ୍ଭବ ଏ ନେଇ ମହାକାଶ ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ କେବଳ ଚନ୍ଦ୍ର ଓ ମଙ୍ଗଳ ଉପରେ ନିଜର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି ।

ଚନ୍ଦ୍ର ଓ ମଙ୍ଗଳ ଉପରେ ଅଧ୍ୟୟନ, ଅନ୍ୱେଷଣକୁ ନେଇ ବିପୁଳ ଶକ୍ତି ଓ ସଂଶାଧନ ବ୍ୟୟ କରାଯାଇଛି । ପରନ୍ତୁ ବୈଜ୍ଞାନିକମାନେ ଶୁକ୍ରଗ୍ରହକୁ ନେଇ କେବେବି ଧ୍ୟାନ ଦେଇନାହାନ୍ତି କାରଣ ଏହା ଅତ୍ୟନ୍ତ ଗରମ ଅଟେ । ଏହାର ବାତାବରଣରେ ୯୬ ପ୍ରତିଶତ କାର୍ବନ ହାଇଡ୍ରୋକ୍ସାଇଡ୍‌ ରହିଛି ଓ ଏଠାରେ ଲଗାତାର ସଲଫ୍ୟୁରିକ୍ ଏସିଡ୍ ବର୍ଷା ହୋଇଥାଏ । ତେଣୁ ଏଭଳି ପରିସ୍ଥିତିରେ ସେଠାରେ ଜୀବସତ୍ତାର ସମ୍ଭବ ନୁହେଁ ବୋଲି ବୈଜ୍ଞାନିକମାନେ ମତ ଦିଅନ୍ତି ।