ଆଗାମୀ ସିଜିନ୍ ମଧ୍ୟ ଆଇପିଏଲ ଖେଳିବେ ଧୋନୀ

ମୁମ୍ବାଇ(ସଂକେତ୍ ଟିଭି) : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଚେନ୍ନାଇ ପ୍ଲେ ଅଫ୍ରୁ ଦଳ ବାଦ୍ ପଡିଛି କିନ୍ତୁ ଆଗାମୀ ସିଜିନରେ ସିଏସକେ ପ୍ରେମୀଙ୍କ ପାଇଁ ବଡ ଖବର ରହିଛି । ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଆଗାମୀ ସିଜିନରେ ଦଳରେ ରହିବେ ।

ଶେଷ ଲିଗରେ ରାଜସ୍ଥାନ ରୟାଲସ୍‌ ବିପକ୍ଷ ମ୍ୟାଚ ପୂର୍ବରୁ ଟସ୍ ପଡିବା ସମୟରେ ଏଭଳି କିଛି ଇସାରା କରିଛନ୍ତି ମାହି । କମେଣ୍ଟେଟର୍ ଇୟାନ୍ ବିଶପଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଧୋନୀ କହିଛନ୍ତି, ‘ନିଶ୍ଚିତ ଭାବେ ଆଗାମୀ ସିଜିନ୍ ଖେଳିବି । କାରଣ ଚେନ୍ନାଇ ଧନ୍ୟବାଦ ନକହିବା ଉଚିତ ହେବ ନାହିଁ । ଚେନ୍ନାଇ ସୁର୍ କିଙ୍ଗସ୍ ପ୍ରଶଂସକଙ୍କ ପାଇଁ ଏହା କରିବା ଠିକ ହେବ ନାହିଁ । ଚେନ୍ନାଇ ପାଇଁ ନଖେଳିବା ମଧ୍ୟ ଦଳର ପ୍ରଶଂସକଙ୍କ ପାଇଁ ନିରୁତ୍ସାହ ଜନକ ହେବ । ଆଶା କରୁଛି ଆସନ୍ତା ବର୍ଷ ବିଭିନ୍ନ ଭେନ୍ୟୁରେ ଖେଳିବାକୁ ସୁଯୋଗ ମିଳିବ । ଆଉ ଏଥିରେ ଅନେକ ଗୁଡିଏ ଷ୍ଟାଡିୟମକୁ ଯାଇ ପ୍ରଶଂସକଙ୍କୁ ଧନ୍ୟବାଦ କହିବାକୁ ସୁଯୋଗ ମିଳିବ’ ।

ଧୋନୀ କହିଛନ୍ତି, ଏହା ମୋର ଶେଷ ସିଜିନ କି ନୁହେଁ ତାହା ନିର୍ଦ୍ଧାରଣ କରିବା ଭୁଲ ହେବ । ଆମେ ଦୁଇ ବର୍ଷ ପାଇଁ ତ ଭବିଷ୍ୟବାଣୀ କରିପାରିବା ନାହିଁ କିନ୍ତୁ ଆଗାମୀ ବର୍ଷ ମଜବୁତ ଭାବେ ଫେରିବା ପାଇଁ କଠୋର ପରିଶ୍ରମ କରିବୁ’ ।

୨୦୨୦ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ମହେନ୍ଦ୍ର ସିଂହ ଧୋନୀ ।କିନ୍ତୁ ଇଣ୍ଡିଆନ ପ୍ରିମିୟର ଲିଗରେ ସେ ଖେଳ ଜାରି ରଖିଛନ୍ତି ୟ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ମଧ୍ୟ ମାହିଙ୍କର ଲୋକପ୍ରିୟତା କମିନଥିଲା । ୪୦ ବର୍ଷୀୟ ଧୋନୀ ଦେଶର ସବୁଠାରୁ ଲୋକପ୍ରିୟ କ୍ରିକେଟର ଏବଂ ତାହା ସହିତ ଜଣେ ୱାଲଡ୍ ଆଇକନ୍ ମଧ୍ୟ ।

କେବଳ ସେତିକି ନୁହେଁ ଆଇପିଏଲରେ ମଧ୍ୟ ଚେନ୍ନାଇକୁ ସଫଳତାର ଶୀର୍ଷରେ ପହଞ୍ଚାଇବାରେ ଧୋନୀଙ୍କ ଅବଦାନ ବେଶ ରହିଆସିଛି । ଧୋନୀଙ୍କ ନେତୃତ୍ୱରେ ଚାରି ଚାରି ଥର ଆଇପିଏଲ ଚାମ୍ପିୟନ ହୋଇଛି ସିଏସକେ । ଏହା ଛଡା ୫ ଥର ରନର୍ସ ଅପ୍ ମଧ୍ୟ ହୋଇଛି । ୨୩୩ ଆଇପିଏଲ ମୁକାବିଲାରେ ୩୯.୩୦ ହାରରେ ୪୯୫୨ ରନ କରିଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଯେଉଁଥିରେ ୨୪ଟି ଅର୍ଦ୍ଧଶତକ ରହିଛି । ସେହିଭଳି ଆଇପିଏଲରେ ଧୋନୀ ୧୩୫ଟି କ୍ୟାଚ୍ ଏବଂ ୩୯ଟି ଷ୍ଟମ୍ପିଂ ମଧ୍ୟ କରିଛନ୍ତି ।