ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଲାଗୁ କରିବା ପାଇଁ ଦାବି କଲେ ରାଜ ଠାକ୍‌ରେ

ମୁମ୍ବାଇ(ସଂକେତ୍ ଟିଭି) : ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିବା ଏବଂ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ମଧ୍ୟ ଏକ ନିୟମ ଆଣିବା ପାଇଁ ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍‌ଏନ୍‌ଏସ୍) ମୁଖ୍ୟ ରାଜ ଠାକରେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ରାଜ ଠାକରେ ରବିବାର ପୁଣେରେ ଏକ ପବ୍ଲିକ୍‌ ରାଲିକୁ ସମ୍ବୋଧନ କରି ପୁଣିଥରେ ୟୁନିଫର୍ମ ସିଭିଲ କୋଡ୍ କଥା ଉଠାଇଛନ୍ତି ଠାକରେ। ଏହାକୁ ଲାଗୁ କରିବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି। ତା ସହିତ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ମଧ୍ୟ ଏକ ନିୟମ ଆଣିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଏନେଇ ସେ କହିଛନ୍ତି ” ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ ସେ ଯେତେଶୀଘ୍ର ହେବ ଦେଶର ସମାନ ଆଚରଣ ସଂହିତା ଲାଗୁ କରନ୍ତୁ। ତା ସହିତ ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ମଧ୍ୟ ଏକ ଆଇନ ଆଣନ୍ତୁ। ଏବଂ ଔରଙ୍ଗାବାଦକୁ ସମ୍ଭାଜୀନଗର ଭାବରେ ନାମିତ କରନ୍ତୁ।”

ରାଲିରେ ଏମ୍‌ଏନ୍‌ଏସ୍‌ କର୍ମୀଙ୍କୁ ସମ୍ବୋଧନ କରି ମହାରାଷ୍ଟ୍ର ବିକାଶ ଅଘାଡ଼ି(ଏମ୍‌ଭିଏ) ସରକାରକୁ ଟାର୍ଗେଟ୍ କରିଛନ୍ତି ରାଜ ଠାକରେ। ଏମ୍‌ଭିଏ ଔରଙ୍ଗାବାଦରେ ଲୋକସଭା ଆସନ ଜିତିବାକୁ ଏଆଇଏମଆଇଏମ କୁ ଅନୁମତି ଦେଇଛି ବୋଲି ରାଜ ଠାକେର ଅଭିଯୋଗ କରିଛନ୍ତି।

ସେ କହିଛନ୍ତି “ଏଆଇଏମଆଇଏମ ଦଳ ବିସ୍ତାର କରିବା ପାଇଁ ଏମ୍‌ଭିଏ ସରକାର ଦାୟୀ। ଆଶ୍ଚର୍ଯ୍ୟ ଲାଗୁଛି ଯେ ଏଆଇଏମଆଇଏମର ପ୍ରାର୍ଥୀ(ଇମ୍‌ତିଆଜ ଦଲୀଲ) ଔରଙ୍ଗାବାଦ ଲୋକସଭା ଆସନରେ ଶିବସେନା ପ୍ରାର୍ଥୀ(ଚନ୍ଦ୍ରକାନ୍ତ ଖୈରେ)ଙ୍କୁ ପରାସ୍ତ କରି ସାଂସଦ ହୋଇଛନ୍ତି।”