ମୁମ୍ବାଇ ଜିତିବା ପରେ ଖୁସିରେ ନାଚିଲେ ବିରାଟ କୋହଲି

ମୁମ୍ବାଇ(ସଂକେତ୍ ଟିଭି) : ଦିଲ୍ଲୀ ଠାରୁ ମୁମ୍ବାଇ ଜିତିବା ପରେ ସବୁଠାରୁ ଖୁସି ଦେଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଖେଳାଳୀ ଓ ସମର୍ଥକଙ୍କୁ । ଦିଲ୍ଲୀ ଏହି ପରାଜୟ ପରେ ପ୍ଲେ-ଅଫରୁ ବାଦ୍ ପଡିଛି । ଆଉ ସେ ପଟେ ପ୍ଲେ-ଅଫରେ ଏଣ୍ଟ୍ରି କରିଛି ଆରସିବି ।

ଏହି ମ୍ଯାଚରେ ଦିଲ୍ଲୀ ଜିତି ଥିଲେ ଆରସିବି ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଥାନ୍ତା । ବିରାଟ କୋହଲି, ତାଙ୍କ ଟିମ୍ ଏବଂ ଆରସିବିର ସମର୍ଥକମାନେ ଏହି ଲିଗ ମ୍ୟାଚରେ ମୁମ୍ବାଇକୁ ସମର୍ଥନ କରିଥିଲେ । ଏପରିକି ମ୍ୟାଚ୍ ବେଳେ ଆରସିବି ଖେଳାଳି ବଡ ସ୍କ୍ରିନରେ ମ୍ୟାଚ୍ ବସି ଦେଖିଥିଲେ ।

ତେବେ ମୁମ୍ବାଇ ମ୍ୟାଚ୍ ଜିତିବା ପରେ ବାଙ୍ଗାଲୋର ପ୍ଲେୟାର ଖୁସି ହୋଇ ଯାଇଥିଲେ । ଅଧିନାୟକ ଫାପ୍ ଡୁ ପ୍ଲେସିସ୍ ଓ ଅନ୍ୟ ସମସ୍ତ ଖେଳାଳି ନାଚି ଉଠିଥିଲେ । କୋହଲିଙ୍କ ସମେତ ଅନ୍ୟ ଖେଳାଳି ଠୁମକା ଲଗାଇଥିଲେ ।

ଡ୍ୟାନ୍ସ ଭିଡିଓକୁ ଆରସିବି ନିଜ ଟ୍ୱିଟର ପେଜରେ ସେୟାର କରିଛି । ଫ୍ରାଞ୍ଚାଇଜି କିଛି ଫଟୋ ବି ସେୟାର କରିଛନ୍ତି । ଫଟୋରେ ମଧ୍ୟ କୋହଲି, ଡୁପ୍ଲେସିସ, ମ୍ୟାକ୍ସଓ୍ୱେଲ ନାଚୁଥିବା ନଜର ଆସିଥିଲ । ଷ୍ଟାଫ୍ ମେମ୍ବର ମଧ୍ୟ ଖେଳାଳିଙ୍କୁ ଖୁସିରେ ସାମିଲ ହୋଇଥିଲେ ।