ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍, ୧୦ ଆହତ

ଭଦ୍ରକ (ସଂକେତ୍ ଟିଭି) : ଭାରସାମ୍ଯ ହରାଇ ଟ୍ରକକୁ ଏକ ଯାତ୍ରୀବାହୀ ବସ ଧକ୍କା ଦେବାରୁ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନ କହରାପୋଖରୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ, ଭୁବନେଶ୍ବରରୁ ବାରିପଦା ଦେଇ ଜାମଶୋଳା ଯାଉଥିବା ନିନୀ ନାମକ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଇଥିଲା । ବସର ୧୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ବସ୍‌ରେ ଡ୍ରାଇଭର ଓ ହେଲପର ସମେତ ୫୭ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ସମୟରେ ଟ୍ରକ୍‌ରେ କେହିନଥିଲେ। ତେବେ ଭଣ୍ଡାରିପୋଖରୀ ପୁଲିସ ବସ ଡ୍ରାଇଭରକୁ ଅଟକ ରଖିଥିବା ସୂଚନା ମିଳିଛି।