କ୍ରମେଡ୍ ଶିବାଜୀ ପଟ୍ଟନାୟକଙ୍କ ପରଲୋକ: ଶୋକ ପ୍ରକାଶ କଲା ସିପିଏମ ବାଲେଶ୍ବର ଜିଲ୍ଲା କମିଟି

ବାଲେଶ୍ବର (ସଂକେତ୍ ଟିଭି) : ଭୁବନେଶ୍ୱରର ପୂର୍ବତନ ସାଂସଦ ତଥା ସିପିଏମ ନେତା ଶିବାଜୀ ପଟ୍ଟନାୟକଙ୍କ ୯୨ ବର୍ଷ ବୟସରେ ଆଜି ଦିନ ଘ୨:୧୦ମିନିଟ ସମୟରେ ଭୁବନେଶ୍ୱର ନୀଳାଚଳ ହସ୍ପିଟାଲରେ ଦେହାନ୍ତ ଘଟିଛି । ତାଙ୍କ ସ୍ମୃତି ପ୍ରତି ସମ୍ମାନ ଜଣାଇବା ପାଇଁ ବାଲେଶ୍ବର ସିପିଆଇଏମ ଜିଲ୍ଲା କାର୍ଯ୍ୟାଳୟରେ ପାର୍ଟି ପତାକାକୁ ଅର୍ଦ୍ଧନମିତ କରାଯାଇଛି।

ଓଡିଶା ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ନିର୍ମଳ ନାୟକ ତାଙ୍କ ବିୟୋଗରେ ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ଶୋକ ସନ୍ତପ୍ତ ପରିବାର, ବନ୍ଧୁ ଓ ସହକର୍ମୀ ମାନଙ୍କୁ ସମବେଦନା ଜଣାଇଛନ୍ତି।

ସିପିଆଇଏମ୍ ନେତା ଶିବାଜୀ ପଟ୍ଟନାୟକ ତିନିଥର ସାଂସଦ ରହିଆସିଥିଲେ । ସେ ୧୯୭୭ରୁ ୮୦ ଯାଏଁ, ୧୯୮୯ରୁ ୯୧ ଯାଏଁ ଏବଂ ୧୯୯୧ରୁ ୯୬ ଯାଏଁ ଭୁବନେଶ୍ୱରର ସାଂସଦ ଥିଲେ । ସେ ଓଡ଼ିଶାରେ ସିପିଆଇଏମର ଅନ୍ୟତମ ଫାଉଣ୍ଡର ଥିଲେ । ଏହାଛଡ଼ା ସେ ସିପିଆଇଏମର ରାଜ୍ୟ ସାଧାରଣ ସଂପାଦକ ଥିଲେ । ସେହିପରି ସିଟୁର ରାଜ୍ୟ ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ୧୯୩୦, ଅଗଷ୍ଟ ୧୩ରେ ଜନ୍ମିତ ଶୀବାଜୀ ପଟ୍ଟନାୟକ ଜରୁରୀକାଳୀନ ପରିସ୍ଥିତିରେ ବହୁବର୍ଷ ଜେଲ୍ ଯାଇଥିଲେ ।