ଭାରତରେ ରେଲଓ୍ବେ ଟ୍ରାକ୍ ଉଡ଼ାଇ ଦେବାକୁ ଯୋଜନା କରୁଛି ଆଇଏସ୍‌ଆଇ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଭାରତର ବିଭିନ୍ନ ରାଜ୍ଯରେ ବିସ୍ଫୋରଣ କରି ରେଳଧାରଣା ଉଡ଼ାଇ ଦେବାକୁ ପାକିସ୍ତାନର ଆଇଏସଆଇ ବଡ଼ଧରଣର ଷଡ଼ଯନ୍ତ୍ର କରିଥିବା କଥା ଗୁଇନ୍ଦା ଏଜେନ୍‌ସି ସତର୍କ ସୂଚନା ଜାରି କରିଛି। ବିଶେଷ କରି ପଞ୍ଜାବ ଏବଂ ତା’ର ଚତୁର୍ପାଶ୍ବସ୍ଥ ରାଜ୍ୟଗୁଡ଼ିକରେ ଥିବା ରେଳଧାରଣା ଉଡାଇବା ପାଇଁ ଯୋଜନା ରଖିଥିବା ଜଣାପଡିଛି ।

ଆଇଏସ୍‌ଆଇ’ ଗୁଇନ୍ଦାମାନେ ପଞ୍ଜାବ ଏବଂ ତତ୍‌ସଂଲଗ୍ନ ରାଜ୍ୟଗୁଡ଼ିକରେ ବିସ୍ଫୋରଣ କରି ରେଳଧାରଣା ଉଡ଼ାଇ ଦେବାକୁ ଯୋଜନା କରିଛନ୍ତି। ମାଲ୍‌ବାହୀ ଟ୍ରେନ୍‌ ଯାଉଥିବା ଧାରଣାଗୁଡ଼ିକୁ ଉଡ଼ାଇ ଦେବାକୁ ଯୋଜନା କରାଯାଇଛି ବୋଲି ଭାରତର ଗୁଇନ୍ଦା ଏଜେନ୍‌ସି କହିଛି।

ରେଳଧାରଣା ଉଡ଼ାଇ ଦେବା ଲାଗି ଭାରତରେ ଥିବା ତା’ର ଗୁଇନ୍ଦାମାନଙ୍କୁ ‘ଆଇଏସ୍‌ଆଇ’ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଯୋଗାଉଛି। ଏହାଛଡ଼ା, ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ କରିବା ଲାଗି ଭାରତରେ ଥିବା ପାକିସ୍ତାନର ନିଷ୍କ୍ରିୟ ଗୁଇନ୍ଦାମାନଙ୍କୁ ବିପୁଳ ଅର୍ଥ ପ୍ରଦାନ କରାଯାଉଛି ବୋଲି ଗୁଇନ୍ଦା ଏଜେନ୍‌ସି ପକ୍ଷରୁ କୁହାଯାଇଛି ।