ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସର ନୂଆ ସଭାପତି

ଭୁବନେଶ୍ବର (ସଂକେତ୍ ଟିଭି) : ଓଡ଼ିଶାର କଂଗ୍ରେସ କମିଟିର ପୂର୍ବତନ ସଭାପତି ଶରତ ପଟ୍ଟନାୟକଙ୍କୁ ଦଳର ନୂଆ ସଭାପତି ଭାବରେ ନିଯୁକ୍ତ କରାଯାଇଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶରତ ପଟ୍ଟନାୟକଙ୍କ ନାମ ଉପରେ ମୋହର ଲଗାଇଛନ୍ତି । ସେ ଦ୍ୱିତୀୟ ଥର ପାଇଁ ପିସିସି ସଭାପତି ଦାୟିତ୍ୱ ଗ୍ରହଣ କରିବେ ।

ଶରତ ପୂର୍ବରୁ ୨୦୦୧ରୁ ୨୦୦୪ ପର୍ଯ୍ୟନ୍ତ ଓଡ଼ିଶା କଂଗ୍ରେସ ସଭାପତିର ଦାୟିତ୍ୱ ନିର୍ବାହ କରିଥିଲେ । ସେ ବଲାଙ୍ଗୀରରୁ ୧୯୯୧ରୁ ୧୯୯୮ ପର୍ଯ୍ୟନ୍ତ କଂଗ୍ରେସ ସାଂସଦ ଥିଲେ । ସେ ମଧ୍ୟ ରାଜ୍ୟ ଯୁବ କଂଗ୍ରେସ ସଭାପତି ରହିଥିଲେ ।

କଂଗ୍ରେସ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, କଂଗ୍ରେସ ଅଧ୍ୟକ୍ଷା ଓଡ଼ିଶା ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ତୁରନ୍ତ ଓଡିଶା କଂଗ୍ରେସ କମିଟିର ସଭାପତି ଭାବରେ ନିଯୁକ୍ତ କରିଛନ୍ତି ।