୨୦୨୪ ନିର୍ବାଚନ ପାଇଁ ଟାସ୍କ ଫୋର୍ସ ଗଠନ କଲା କଂଗ୍ରେସ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଏହା ସହିତ ଏକ ୮ ସଦସ୍ୟ ବିଶିଷ୍ଟ ରାଜନୈତିକ ବ୍ୟାପାର କମିଟି (ପିଏସି) ମଧ୍ୟ ଗଠନ କରାଯାଇଛି।

ପୁଣି ଥରେ କ୍ଷମତାକୁ ଫେରିବା ପାଇଁ କଂଗ୍ରେସ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ଦଳରେ ସାମିଲ କରିପାରିନଥିଲେ ହେଁ ପ୍ରଶାନ୍ତ କିଶୋରଙ୍କ ପୂର୍ବ ସହଯୋଗୀ ସୁନୀଲ କନୁଗୋଲୁଙ୍କୁ କଂଗ୍ରେସ ଟାସ୍କ ଫୋର୍ସରେ ସାମିଲ କରିଥିବା ଜଣାପଡ଼ିଛି। ସୁନୀଲ କନୁଗୋଲୁଙ୍କ ସହ କଂଗ୍ରେସ ଟାସ୍କ ଫୋର୍ସରେ ସାମିଲ ହୋଇଛନ୍ତି, ପି ଚିଦାମ୍ବରମ୍, ମୁକୁଲ୍ ୱାସନିକ୍, ଜୟରାମ ରମେଶ, କେସି ଭେଣୁଗୋପାଳ, ଅଜୟ ମାକନ୍, ପ୍ରିୟଙ୍କା ଗାନ୍ଧୀ ଓ ରଣଦୀପ ସୁରଜେୱାଲା। ଏହା ସହ କଂଗ୍ରେସର ପିଏସିରେ ସାଂସଦ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖାଡଗେ, ଗୁଲାମ ନବୀ ଆଜାଦ, ଅମ୍ବିକା ସୋନି, ଦିଗବିଜୟ ସିଂହ, ଆନନ୍ଦ ଶର୍ମା, କେସି ଭେଣୁଗୋପାଳ, ଜିତେନ୍ଦ୍ର ସିଂଙ୍କ ଭଳି ବରିଷ୍ଠ ନେତା ଅଛନ୍ତି।