ଅଲୋଡା ହେଲା ଦିବ୍ୟାଙ୍ଗ ନବଜାତକ, ବୁଦା ମୂଳେ ଫିଙ୍ଗିଦେଲେ ପିତା-ମାତା

ସୋର (ସଂକେତ୍ ଟିଭି) : ଦିବ୍ୟାଙ୍ଗ ନବଜାତକକୁ ବୁଦା ମୂଳେ ଫିଙ୍ଗିଦେଲେ ଜନ୍ମଦାତା। ନବଜାତକର କାନ୍ଦ ଶୁଣି ଉଦ୍ଧାର କଲେ ସ୍ଥାନୀୟ ଲୋକେ। ବାଲେଶ୍ଵର ଜିଲ୍ଲା ସୋର ପୌରପାଳିକା ମୋବାରକପୁର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ଖବର ଅନୁଯାୟୀ, ସୋର ପୌରପାଳିକା ମୋବାରକପୁର ଗାଁର ବାସନ୍ତୀ ବିନ୍ଧାଣି ହାଣ୍ଡିଆ ବିକ୍ରି କରୁଥିବା ବେଳେ ଜଣେ ନବଜାତକର କାନ୍ଦ ଶୁଣିଥିଲେ। ଆଖପାଖରେ ଖୋଜାଖୋଜି କରିବାରୁ ନିଛାଟିଆ ରେଳଲାଇନ କଣ୍ଟା ବୁଦା ମୂଳରୁ ଏକ ଦିବ୍ୟାଙ୍ଗ ନବଜାତକ ଶିଶୁ ଉଦ୍ଧାର ହୋଇଛି। ନବଜାତ ଦିବ୍ୟାଙ୍ଗ ଶିଶୁର ଦୁଇଟି ଗୋଡ଼ ଓ ଗୋଟିଏ ହାତ ନାହିଁ। ଶିଶୁଟିକୁ ଉଦ୍ଧାର କରି ବାସନ୍ତୀ ନିଜ ପାଖରେ ରଖିଛନ୍ତି।