ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ବେଳେ ଧରାପଡିଲେ ୨ ମାଫିଆ, କାର ଜବତ

ବସ୍ତା (ପ୍ରଶାନ୍ତ ସେନାପତି ) : ଓଡିଶାରୁ ପଶ୍ଚିମବଙ୍ଗକୁ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା ବେଳେ ଜଳେଶ୍ୱର ପୋଲିସ ଦ୍ଵାରା ରାଜଘାଟ ନାକା ପଏଣ୍ଟ ନିକଟରୁ କାର ଜବତ ହୋଇଛି । କାର୍ ରୁ ପାଖାପାଖି ୧ କୁଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରାଯିବା ସହିତ ପୋଲିସ ଦୁଇ ଗଞ୍ଜେଇ ମାଫିଆଙ୍କୁ ଅଟକ ରଖିଛି।

ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ୬୦ନଂ ଜାତୀୟ ରାଜପଥ ଦେଇ ଓଡିଶାରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଜଳେଶ୍ୱର ପୋଲିସ ରାଜଘାଟ ନାକା ପଏଣ୍ଟରେ ଜଗି ରହିଥିଲା । ଆଜି ପାଖାପାଖି ଦିନ ୧୨ଟା ସମୟରେ ଓଡିଶାରୁ ପଶ୍ଚିମବଙ୍ଗକୁ ଯାଉଥିବା OR02 BQ 7222 ନଂ ବିଶିଷ୍ଟ ଏକ ମାରୁତି ସୁଜୁକି ସ୍ୱିଫ୍ଟ କାରକୁ ଅଟକାଇ ଜାଂଚ କରିଥିଲା । କାର୍ ରୁ ଗଞ୍ଜାଇ ମିଳିଥିଲା ।

ପୋଲିସ କାରକୁ ଜବତ କରିବା ସହିତ ଦୁଇଜଣ ଗଞ୍ଜେଇ ମାଫିଆଙ୍କୁ ଅଟକ ରଖିବା ସହିତ ପୋଲିସ କାରରୁ ପାଖାପାଖି ୭୫ଟି ପ୍ୟାକେଟ ଗଂଜେଇ ଜବତ କରିଛି । ଯାହାର ଓଜନ ଆନୁମାନିକ ୧ କୁଣ୍ଟାଲରୁ ଉର୍ଦ୍ଧ୍ୱ ହେବ । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।