ଆଇପିଏଲ ଟାଇଟଲ ହାସଲ ଲକ୍ଷ୍ୟରେ ବିରାଟ କୋହଲି

ମୁମ୍ବାଇ (ସଂକେତ୍ ଟିଭି) : ବିରାଟ କୋହଲି ଦୀର୍ଘ ଦିନ ଧରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଧିନାୟକ ଦାୟିତ୍ୱ ଗ୍ରହଣ କରିଥିଲେ ହେଁ କେବେ ଟାଇଟଲ ବିଜୟ ସ୍ୱାଦ ଚାଖି ପାରିଲେ ନାହିଁ । ସେହିରି ଟେଷ୍ଟ, ଦିନିକିଆ ଓ ଟି -୨୦ କ୍ରିକେଟରେ ଏକାଧିକ ରେକର୍ଡ ପ୍ରତିଷ୍ଠା କରି ଥିଲେ ହେଁ ଅଧିନାୟକ ଭାବେ ଭାରତକୁ କେବେ ବିଶ୍ୱକପ କିମ୍ବା କୌଣସି ଗୁରୁତ୍ୱୂର୍ଣ୍ଣ ଆଇସିସି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ବିଜୟୀ କରାଇ ପାରିଲେ ନାହିଁ । ତେଣୁ ତାଙ୍‌କ କ୍ରିକେଟ ଜୀବନ ପାଇଁ ଏହା ସବୁଠାରୁ ବଡ ଅବଶୋଷ ହୋଇ ରହିଗଲା ।

ଆଇପିଏଲରେ ଟାଇଟଲ ହାସଲ ଦିଗରେ ଲଗାତର ବିଫଳ ହେବା ଯୋଗୁଁ ବିତସ୍ପୃହ ହୋଇ ଚଳିତ ବର୍ଷ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳର ନେତୃତ୍ୱ ଛାଡି ଦେଲେ ।ତେଣୁ ଦକ୍ଷିଣ ଆଫ୍ରିକାର ଫାଫ୍ ଡୁ ପ୍ଳେସିସ ନୂଆ ଅଧିନାୟକ ନିଯୁକ୍ତ ହେବା ସହିତ ଦଳକୁ ପ୍ଳେ-ଅଫ୍ ପର୍ଯ୍ୟାୟରେ ପ୍ରବେଶ କରାଇ ପାରିଛନ୍ତି ।

ଆସନ୍ତା ୨୫ ତାରିଖ ଦିନ ଲକ୍ଷ୍ନୌ ସୁର ଜିଆଣ୍ଟସ ବିକ୍ଷରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଖେଳିବ ଏଲିମିନେଟର ମ୍ୟାଚ । ଏହି ମ୍ୟାଚରେ ବିଜୟୀ ହୋଇ ଫାଇନାଲ ଖେଳିବା ପାଇଁ ବଡ ଆଶା କରିଛି ବାଙ୍ଗାଲୋର । ଏହା ସହିତ ଟାଇଟଲ ଜିତିବା ପାଇଁ ବାଙ୍ଗାଲୋର ଲକ୍ଷ୍ୟ ରଖିଛି । ତେଣୁ ବିରାଟ କୋହଲି ଆଇପିଏଲ ଟାଇଟଲ ହାସଲ ଆଶାକୁ ସାକାର କରି ପାରିବେ ବୋଲି ବଡ ଆଶା ରଖିଛନ୍ତି । ତେବେ ତାଙ୍କର ଏହି ଆଶା ଓ ସ୍ୱପ୍ନ କେତେଦୂର ବାସ୍ତବରେ ପରିଣତ ହୋଇ ପାରିବ ତାହା ଅପେକ୍ଷାର ବିଷୟ ।