୫୪ ବର୍ଷ ବୟସରେ ସଫିନା ହୁସେନଙ୍କୁ ବିବାହ କଲେ ନିର୍ଦ୍ଦେଶକ ହଂସଲ ମେହତା

ମୁମ୍ବାଇ (ସଂକେତ୍ ଟିଭି) : ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ହଂସଲ ମେହତା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆଜି ସେ ୫୪ ବର୍ଷ ବୟସରେ ନିଜ ପ୍ରେମିକା ସଫିନା ହୁସେନଙ୍କୁ ବିବାହ କରିଛନ୍ତି। ସେ ତାଙ୍କ ବିବାହର କିଛି ଫଟୋ ‌ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରି ଏହି ଖୁସି ଖବର ଦେଇଛନ୍ତି।

ସୂଚନା ଅନୁଯାୟୀ, ଉଭୟ ୧୭ ବର୍ଷ ଧରି ଲିଭ୍ ଇନରେ ରହୁଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ଥିବାବେଳେ ଦୀର୍ଘ ସମୟ ପରେ ଦୁହେଁ ବିବାହ କରିଛନ୍ତି। ଉଭୟଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ବିଶେଷ ଫଟୋଗୁଡ଼ିକୁ ସେୟାର୍ କରିବା ସହିତ ସେ ଲେଖିଛନ୍ତି, ୧୭ ବର୍ଷ ଧରି ଆମେ ଦୁହେଁ ଆମ ପିଲାମାନଙ୍କୁ ବଡ଼ ହେଉଥିବାର ଦେଖିଛୁ। ଆମେ ଆମର ପ୍ରତ୍ୟେକ ସ୍ୱପ୍ନକୁ ପୂରଣ କରିଛୁ। ବର୍ତ୍ତମାନ ଆମେ ବିବାହର ସ୍ୱପ୍ନକୁ ମଧ୍ୟ ପୂରଣ କରିବାକୁ ନିଷ୍ପତ୍ତି ନେଇଛୁ। ସବୁଥର ଭଳି ଏହା ପାଇଁ କୌଣସି ଯୋଜନା କରାଯାଇ ନଥିଲା। ସର୍ବଶେଷରେ, ପ୍ରେମ ସବୁକିଛି କରାଇ ଦିଏ।