ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭା ନିର୍ବାଚନ ଲଢିବେ କପିଲ ସିବ୍ବଲ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବ୍ବଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ଏବେ ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ । ସେ ସ୍ୱାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବା ବେଳେ ସମାଜବାଦୀ ପାର୍ଟିର ସମର୍ଥନ ମିଳିଛି । ଏହି ପରିପ୍ରେକ୍ଷୀରେ ସେ ଗତ ୧୬ ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି ।

ପୂର୍ବରୁ ୨୦୧୬ରେ ସିବ୍ବଲଙ୍କ ପ୍ରାର୍ଥୀତ୍ୱକୁ ଉତ୍ତର ପ୍ରଦେଶରେ ତତ୍କାଳୀନ ସମାଜବାଦୀ ପାର୍ଟି ସରକାର ସମର୍ଥନ କରିଥିଲା । ସେତେବେଳେ ସେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିଥିଲେ । ଏବେ କିନ୍ତୁ ସମାଜବାଦୀ ପାର୍ଟି ତାଙ୍କୁ ପ୍ରାର୍ଥୀ କରିଛି । ଆଜମ ଖାନଙ୍କ ବଦଳରେ ଅଖିଲେଶ ଯାଦବ ସିବ୍ବଲଙ୍କୁ ଅଧିକ ଭରସା କରିଥିବା କୁହାଯାଉଛି ।

ଯଦି ରାଜ୍ୟସଭାକୁ ସିବ୍ବଲ ଯାଆନ୍ତି ତେବେ ସେ ଆଜମ ଖାନଙ୍କ ଅସନ୍ତୋଷ ଦୂର କରିବାରେ ସମର୍ଥ ହେବେ । ଏହାସହ ସମାଜବାଦୀ ପାର୍ଟିକୁ ଜଣେ ଆଇନ ପରାମର୍ଶଦାତା ଓ ବଡ ନେତା ମିଳିଯିବେ ।

ଉତ୍ତର ପ୍ରଦେଶରେ ୪୦୩ ବିଧାନସଭା ଆସନ ଅଛି । ଏହାମଧ୍ୟରୁ ୨ଟି ଆସନ ଖାଲି ଅଛି । ରାଜ୍ୟରେ ୧୧ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଜଣେ ପ୍ରାର୍ଥୀ ଜିତିବା ପାଇଁ ୩୬ ଭାଟ ଆବଶ୍ୟକ । ବିଜେପି ସମର୍ଥିକ ୨୭୩ ବିଧାୟକ ଅଛନ୍ତି । ଫଳରେ ବିଜେପି ୭ଟି ସିଟ୍ ହାତେଇବା ଏକ ପ୍ରକାର ଥୟ । ଅନ୍ୟଦିଗରେ ଏସପିର ୧୨୫ ବିଧାୟକ ଅଛନ୍ତି । ଦଳ ୩ଟି ଆସନ ସହଜରେ ଜିତିଯିବ । କିନ୍ତୁ ୧୧ତମ ଆସନ ପାଇଁ ଏସପି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।