ଗୋରୁ ବେପାରୀଙ୍କୁ ଗୁଳିକରି ହତ୍ୟା, ୨୦ ଲକ୍ଷ ଲୁଟ୍‌

ବାରିପଦା (ସଂକେତ୍ ଟିଭି) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗ୍ରାମାଞ୍ଚଳ ଥାନା ହାଟବାଦଡା ସାପ୍ତାହିକ ଗୋରୁ ହାଟରେ ଗୁଳିମାଡରେ ଜଣେ ଗୋରୁ ବେପାରୀ ମୃତ୍ଯୁବରଣ କରିଛନ୍ତି । ୪ ଜଣ ଦୁର୍ବୁତ୍ତ ବେପାରୀଙ୍କ ଉପରକୁ ଗୁଳି ମାଡକରି ୨୦ ଲକ୍ଷ ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି । ମୃତକ ବେପାରୀ ପଶ୍ଚିମବଙ୍ଗ ଜମ୍ବାଲି ଥାନାର ଜାମସୁ ଅଲ୍ଲୀ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ହାଟବାଦଡାରେ ଗୋରୁ ହାଟ ବସେ। ସେଠାକୁ ପଶ୍ଚିମବଙ୍ଗ ଅଞ୍ଚଳର ଅନେକ ବ୍ୟବସାୟୀ ଗୋରୁ କିଣିବା ପାଇଁ ଆସନ୍ତି। ବୁଧବାର ଦିନ ସକାଳ ସମୟରେ ସାପ୍ତାହିକ ଗୋରୁ ହାଟ ଚାଲୁଥିବା ବେଳେ ୪ଜଣ ଦୁର୍ବୁତ୍ତ ଆସି ହଠାତ ଜଣେ ଗୋରୁ ବେପାରୀଙ୍କ ଉପରେ ଚାରି ରାଉଣ୍ଡ ଗୁଳି ଚଳାଇଥିଲା । ଏହାପରେ ତାଙ୍କ ଠାରୁ ୨୦ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ଦୁର୍ବୃତ୍ତ ମାରିଥିବା ଗୁଳି ତାଙ୍କ ଛାତିରେ ଲାଗିବାରୁ ବେପାରୀ ଜଣକ ସେହି ଠାରେ ଟଳି ପଡ଼ିଥିଲେ । ପ୍ରାୟ ୩ ରାଉଣ୍ଡ ଗୁଳି କରିଥିବା ଜଣାପଡିଛି। ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଗୁଳିମାଡ ପରେ ସମ୍ପୃକ୍ତ ବ୍ୟବସାୟୀ ତଳେ ପଡିଯାଇଥିଲେ। ଗୁଳିଟି ତାଙ୍କ ଛାତିରେ ବାଜିଥିବା ଅନୁମାନ କରାଯାଉଛି ।

ସେଠାରୁ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଦୁର୍ବୁତ୍ତମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।