ଉମ୍ରାନ ମଲିକଙ୍କୁ ଅଧିକ ୱାର୍କଲୋଡ ଦେବା ଅନୁଚିତ: ଆଝାରୁଦ୍ଦିନ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ କହିଛନ୍ତି ଯେ ଜମ୍ମୁ କାଶ୍ମୀର ଯୁବ ପେସ୍ ବୋଲର ଉମ୍ରନ ମଲିକ ଗତ ଦୁଇ ମାସ ଧରି ଆଇପିଏଲ ଖେଳି ଆସୁଛନ୍ତି । ସେହିପରି ଆସନ୍ତା ଜୁନ ୯ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଖେଳିବା ପାଇଁ ମଧ୍ୟ ସେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଆଗକୁ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଓ ସିରିଜ ଖେଳିବା କାର୍ଯ୍ୟକ୍ରମ ରହିଛି । ତେଣୁ ଉମ୍ରନ ମଲିକଙ୍କ ଉପରେ ଅଧିକ ବୋଝ ଲଦିଦେଲେ ତାଙ୍କ ପ୍ରଦର୍ଶନରେ ବାଧା ସୃଷ୍ଟି ହେବା ଆଶଙ୍କା ରହିଛି ।

ସବୁଠାରୁ ବଡ ସମସ୍ୟା ହେଲା ଯେ ସେ କ୍ରମାଗତ ଅଧିକ ମ୍ୟାଚ ଖେଳିଲେ ଆହତ ହେବା ସମ୍ଭାବନା ମଧ୍ୟ ରହିଛି । ତେଣୁ ବିସିସିଆଇ ଚୟକର୍ତ୍ତାମାନେ ଏଥିପ୍ରତି ଧ୍ୟାନ ଦେଲେ ଉମ୍ରନ ମଲିକ ନିଜ ପ୍ରଦର୍ଶନରେ ଉନ୍ନତି ଆଣି ପାରିବେ ବୋଲି ଆଝାରୁଦ୍ଦିନ କହିଛନ୍ତି ।