ଶିଖର ଧାୱନଙ୍କୁ ସ୍ଥାନ ନ ମିଳିବାରୁ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ ଭାରତୀୟ ଦଳର ଷ୍ଟାର୍ ବ୍ୟାଟର ଶିଖର ଧାୱନଙ୍କୁ ସୁଯୋଗ ମିଳିନାହିଁ । ଧାୱନ ନିଜର ଶେଷ ଟି୨୦ ମ୍ୟାଚ୍‌ ୨୦୨୧ରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ । ଯାହା ପରେ ଶିଖର ଧାୱନଙ୍କ ବଦଳରେ ଇଶାନ କିଷାନ ଦଳରେ ଓପନିଂ ଭାର ସମ୍ଭାଳିଥିଲେ । ୨୦୨୦ ଆଇପିଏଲରେ ଦମଦାର ଫର୍ମରେ ଥିଲେ ବି ଧାୱନଙ୍କୁ ଚୟନ କରାଯାଇ ନାହିଁ ।

ଧାୱନଙ୍କୁ ଦଳରେ ସାମିଲ କରା ନଯିବା ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପୂର୍ବତନ କ୍ରିକେଟର ସୁରେଶ ରାଇନା । ରାଇନା କହିଛନ୍ତି ଯେ, ଦିନେଶ କାର୍ତ୍ତିକ ୩୭ ବର୍ଷରେ ଦଳରେ ସ୍ଥାନ ପାଇପାରିବେ । ଧାୱନ ମଧ୍ୟ ଏଥିପାଇଁ ହକଦାର୍ ଅଟନ୍ତି । ନିକଟରେ ଧାୱନ ଆହୁରି ୩ରୁ ୪ ବର୍ଷ ଅନ୍ତରାଷ୍ଟ୍ରୀୟ ଫର୍ମାଟରେ କ୍ରିକେଟ ଖେଳିପାରିବେ ବୋଲି କହିଥିଲେ ।

ଯଦି ପୁଣି ସୁଯୋଗ ମିଳେ ଟି୨୦ କ୍ରିକେଟରେ ଭଲ ପ୍ରଦର୍ଶନ କରିବେ ବୋଲି ମଧ୍ୟ କହିଥିଲେ । ରାଇନା ଆହୁରି କହିଛନ୍ତି ଯେ, ଶିଖର ନିଶ୍ଚୟ ନିରାଶ ହୋଇଥିବେ । ସେ ଜଣେ ମଜାଳିଆ ବ୍ୟକ୍ତି । ଦଳରେ ଭଲ ମାହୋଲ ରଖିଥାନ୍ତି । ସେ ସବୁ ଫର୍ମାଟରେ ରନ୍ କରିଛନ୍ତି । ଗତ ୩ରୁ ୪ ବର୍ଷ ହେଲା ସେ ଭଲ ଫର୍ମରେ ଅଛନ୍ତି । ଆଇପିଏଲ ୨୦୨୨ରେ ବିକ୍ରି ହୋଇଥିବା ପ୍ରଥମ ଖେଳାଳି ଥିଲେ ଧାୱନ । ତାଙ୍କୁ ପଞ୍ଜାବ କିଙ୍ଗସ ୮.୨୫ କୋଟିରେ କ୍ରୟ କରିଥିଲା । ଗତ ତିନୋଟି ସିଜିନରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିଲେ । ସେ ୨୦୨୨ରେ ମୋଟ ୧୪ ମ୍ୟାଚରେ ୩୮.୩୩ ଆଭରେଜରେ ୪୬୦ ରନ୍ କରିଥିଲେ ।

ଏହି ମାମଲାରେ ନୂଆ ମୋଡ ଆସିଛି । ଟିମର ଘୋଷଣା ପୂର୍ବରୁ ଭାରତୀୟ ଟିମର କୋଚ୍ ରାହୁଲ ଦ୍ରାଭିଡ୍ ନିଜେ ଧାୱନଙ୍କୁ ଫୋନ୍‌ କରିଥିଲେ । ଏହା ସହିତ କହିଥିଲେ ତାଙ୍କୁ କାହିଁକି ସିଲେକ୍ଟ କରାଯାଉନି? ଦ୍ରାଭିଡ୍ ତାଙ୍କୁ କହିଥିଲେ, ସୂଚନା ଦିଅ ।ଯାଇଥିଲା ଯେ, ଟି-୨୦ ଟିମ୍‌ ଚମତ୍କାର ଖେଳ ପ୍ରଦର୍ଶନ କରିଥବା ଯୁବ ଖେଳାଳିଙ୍କୁ ସୁଯୋଗ ଦେବା କାରଣରୁ ଦଳରେ ତାଙ୍କୁ ସ୍ଥାନ ଦିଆଯାଇନାହିଁ ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିବା ଅନୁସାରେ ଇନସାଇଡ୍ ସ୍ପୋର୍ଟସ୍ ଏହି ରିପୋର୍ଟ ଦେଇଛି । ଏହି ଅଧିକାରୀ କହିଛନ୍ତି, ଶିଖର ଧାୱନ ଏକ ଦଶକ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆରେ ଖୁବ୍ ଭଲ ପ୍ରଦର୍ଶନ କରିଛନ୍ତି । ରାହୁଲଙ୍କୁ ଏହି କଷ୍ଟକର ନିଷ୍ପତ୍ତି ନେବାର ଥିଲା ଓ ସମସ୍ତେ ତାଙ୍କର ଏହି ନିଷ୍ପତ୍ତିରେ ସହମତ ଥିଲେ । ଟିମ୍ ଘୋଷଣା କରିବା ପୂର୍ବରୁ ଶିଖର ଧାୱନଙ୍କୁ ନିଜେ ଫୋନ୍ କରି ଜଣାଇଥିଲେ ଦ୍ରାଭିଡ୍ ।

ଅଧିକାରୀଙ୍କ କହିବା ଅନୁସାରେ, ପ୍ଲାନ ପୁରା ସରଳ । ଯେତେବେଳେ ଆପଣଙ୍କ ପାଖରେ ଋତୁରାଜ ଗାଏକୱାଡ, ଇଶାନ କିଷନ, କେଏଲ ରାହୁଲ ଓ ସଞ୍ଜୁ ସାମସନ୍‌ ଯେପରିକି ଟପ୍ ଅର୍ଡର ବ୍ୟାଟର ଅଛନ୍ତି । ତେବେ ଆପଣଙ୍କ ପାଇଁ ଏହା କଷ୍ଟକର ହେବ । ରାହୁଲ କ’ଣ କରିବାକୁ ଚାହାନ୍ତି, ଏହାର ସ୍ପଷ୍ଟ ଆଇଡିଆ ତାଙ୍କ ପାଖରେ ଥାଏ । ଆମେ ସବୁ ଧାୱନଙ୍କୁ ଖୁବ୍ ସମ୍ମାନ କରୁ । ଏହି କାରଣରୁ ରାହୁଲ ଦ୍ରାଭିଡ୍‌ ନିଜେ ଫୋନ୍ କରି ଧାୱନଙ୍କୁ ସୂଚନା ଦେଇଛନ୍ତି । ସେ ଆମର ଟି-୨୦ ପ୍ଲାନରେ କେଉଁଠି ବି ନାହାନ୍ତି ।