ରାଜ୍ୟରେ କମିଲା ବସ୍‌ ଭଡ଼ା

ଭୁବନେଶ୍ବର (ସଂକେତ୍ ଟିଭି) : ତେଲ ଦର କମିବା ପରେ ରାଜ୍ଯରେ ଏବେ ବସ୍‌ ଭଡ଼ା ବି କମିଛି । ଅଡିନାରୀ ବସ୍‌ ଭଡ଼ା ୯୨ରୁ ୮୯ ପଇସାକୁ ହ୍ରାସ ପାଇଛି । ଏକ୍ସପ୍ରେସ୍‌ ୯୬ରୁ ୯୩ ପଇସାକୁ ହ୍ରାସ ପାଇଛି ।

ସେହିପରି ଏସି ଡିଲକ୍ସ ଭଡା ୧.୬୩ରୁ ୧.୫୭ ପଇସାକୁ ହ୍ରାସ ପାଇଥିବା ବେଳେ ସୁପର ପ୍ରିମିୟମ୍‌ ଭଡ଼ା ୨ ଟଙ୍କା ୫୩ ପଇସାରୁ ୨.୪୪ ପଇସାକୁ ଖସିଛି । ଯାହାଦ୍ୱାରା ଗ୍ରାହକଙ୍କୁ ବଡ଼ଧରଣର ଆଶ୍ୱସ୍ତି ମିଳିଛି । ଘରୋଇ ବସ୍‌ ମାଲିକ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ଏନେଇ ସୂଚନା ଦେଇଛନ୍ତି ।