ଜୁନ ୧ରୁ ମହଙ୍ଗା ହେବ କାର, ବାଇକ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଚାରି ଚକିଆ ଓ ଦୁଇ ଚକିଆ ଯାନର ବୀମା ପ୍ରିମିୟମ ଆସନ୍ତା ଜୁନ ୧ରୁ ବଢିବାର ସମ୍ଭାବନା ରହିଛି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁସାରେ ଜୁନ ୧ରୁ ଥାର୍ଡ ପାର୍ଟି ମୋଟର ଯାନ ଇନସୁରାନ୍ସ ପ୍ରିମିୟମ ବୃଦ୍ଧି ପାଇବ ।

ବୀମା ମୂଲ୍ୟ ବଢିବା ଦ୍ବାରା ନୂଆ କାର ଓ ବାଇକର ଦର ମଧ୍ୟ ବୃଦ୍ଧି ପାଇବ । ପୂର୍ବରୁ ମହଙ୍ଗା ପେଟ୍ରୋଲ ଓ ଡିଜେଲ ଯୋଗୁଁ ଗ୍ରାହକମାନେ ଚାପରେ ଥିବାବେଳେ ବୀମା ପ୍ରିମିୟମ ଦରବୃଦ୍ଧି ସେମାନଙ୍କ ଉପରେ ଆଉ ଏକ ବୋଝ ହେବ ବୋଲି କୁହାଯାଉଛି ।