ଟପ୍ ୧୦ରେ ରୋହିତ-ବିରାଟ-ଅଶ୍ବୀନ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି । ଏଥିରେ ଭାରତୀୟ ଦଳର ଖେଳାଳିଙ୍କ ଜଲୱା ଜାରି ରହିଛି । ଅଧିନାୟକ ରୋହିତ ଶର୍ମାଙ୍କ ସହିତ ସାଥୀ ଖେଳାଳି ବିରାଟ କୋହଲି, ରବୀନ୍ଦ୍ର ଜାଡେଜା, ଆର ଅଶ୍ୱିନ ଏବଂ ଯଶପ୍ରୀତ ବୁମରା ନିଜ ବିଭାଗରେ ଟପ୍‌-୧୦ରେ ନିଜ ସ୍ଥାନ ବଜାୟ ରଖିଛନ୍ତି ।

ବ୍ୟାଟିଂ ମାନ୍ୟତାରେ ଅଷ୍ଟ୍ରେଲିଆ ମାର୍ନସ ଲାବୁସେନ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି କ୍ରମଶଃ ଅଷ୍ଟମ ଏବଂ ଦଶମ ସ୍ଥାନରେ ରହିଛନ୍ତି । ବୋଲିଂରେ ପାଟ କମିନ୍ସ ଶୀର୍ଷରେ ଥିବା ବେଳେ ଅଶ୍ବୀନ ଦ୍ୱିତୀୟ ଏବଂ ଦ୍ରୁତ ବୋଲର ଯଶପ୍ରୀତ ବୁମରା ତୃତୀୟ ସ୍ଥାନରେ ରହିଛନ୍ତି । ଭାରତର ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡର ତାଲିକାରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।

ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଜାରି ପ୍ରଥମ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଥିବା ଆଞ୍ଜେଲା ମାଥ୍ୟୁସ ଏବଂ ଲିଟନ ଦାସଙ୍କୁ ଫାଇଦା ମିଳିଛିୟ ଲିଟନ ଦାସ ତିନୋଟି ସ୍ଥାନ ଉପରକୁ ଉଠି ୧୭ମ ଏବଂ ମାଥ୍ୟୁସ ପାଞ୍ଚଟି ସ୍ଥାନ ଉନ୍ନତି ଘଟାଇ ୨୧ମରେ ପହଞ୍ଚିଛନ୍ତି । ପ୍ରଥମ ଟେଷ୍ଟରେ ଶତକ ଅର୍ଜନ କରିଥିବା ବାଂଲାଦେଶର ମୁସଫିକର ରହିମ ଏବଂ ତମିମ ଇକବାଲଙ୍କୁ ମଧ୍ୟ ଫାଇଦା ମିଳିଛି । ମୁସଫିକର ୧୦୫ ରନ ଇନିଂସ ସାହାଯ୍ୟରେ ଚାରୋଟି ସ୍ଥାନ ଉନ୍ନତି ଘଟାଇ ୨୫ମ ସ୍ଥାନରେ ପହଞ୍ଚିଛନ୍ତି । ତମିମ ଛଅଟି ସ୍ଥାନ ଉପରକୁ ଉଠି ୨୭ମରେ ଅଛନ୍ତି । ବୋଲିଂରେ ବାଲାଂଦେଶ ଅଲରାଉଣ୍ଡର ସକିବ ଅଲ ହସନ ଗୋଟିଏ ସ୍ଥାନ ଆଗକୁ ବଢି ୨୯ତମ ସ୍ଥାନରେ ରହିଛନ୍ତି ।