ହାସ୍ୟ ଅଭିନେତା ଯୋଗେଶ ଯୋଯୋଙ୍କୁ ବନ୍ଧୁକ ମୁନରେ ଅପହରଣ

ସମ୍ବଲପୁର (ସଂକେତ୍ ଟିଭି) : ହାସ୍ୟ ଅଭିନେତା ଯୋଗେଶ ଯୋଯୋଙ୍କୁ ବନ୍ଧୁକ ମୁନରେ ଅପହରଣ ଅଭିଯୋଗ ହୋଇଛି । ଏନେଇ ଏକ ଭିଡିଓ ଜାରି କରି ସମ୍ବଲପୁରୀ ପ୍ରସିଦ୍ଧ ହାସ୍ୟ ଅଭିନେତା ଯୋଗେଶ ଯୋଯୋ ଅପହରଣ ସଂପର୍କରେ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ସମ୍ବଲପୁରୀ ପ୍ରସିଦ୍ଧ ହାସ୍ୟ ଅଭିନେତା ଯୋଗେଶ ଯୋଯୋଙ୍କୁ ଆକ୍ରମଣ ଓ ବନ୍ଧୁକ ମୁନରେ ଅପହରଣ ହୋଇଥିବା ଅଭିଯୋଗ ହୋଇଛି । ୨ଜଣ ବ୍ଯକ୍ତି ପଲସର ମାଧ୍ଯମରେ ଆସି ମୁହଁରେ ଗାମୁଛା ପକାଇଥିଲେ । ପ୍ରଥମେ ମାଡ ମାରିବା ସହ ପରେ ବନ୍ଧୁକ ଦେଖାଇ କୌଣସି ଏକ ଅଜଣା ସ୍ଥାନକୁ ନେଇ ସେଠାରେ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି ।

ସେ ଏନେଇ ଏକ ଭିଡିଓ ପୋଷ୍ଟ କରି ଜଣାଇଛନ୍ତି । ଯଦି ବଂଚିବାର ଅଛି ଭିଡିଓ ଲାଇନ ଛାଡିଦେ ବୋଲି ଦୁଇ ଜଣ ଦୁବୃତ୍ତ ଧମକ ଦେଇଥିବା ସେ କହିଛନ୍ତି । ପୂର୍ବରୁ ଘରେ ପତ୍ନୀ ସହିତ ମତାନ୍ତର ହେବାରୁ ଷ୍ଟୁଡିଓରେ ସେ ଶୋଇଥିବାବେଳେ ଏହି ଘଟଣା ଘଟିଥିବା ସେ ଭିଡିଓରେ ଉଲ୍ଲେଖ କରିଛନ୍ତି ।

ତାଙ୍କ ସହ ତାଙ୍କ ପୁତୁରା ମଧ୍ୟ ଥିଲେ। କିନ୍ତୁ ଦିନେ ରାତିରେ ପୁତୁରା ଘରକୁ ପୋଷାକ ବଦଳାଇବା ପାଇଁ ଗଲା ପରେ ୨ ଜଣ ବ୍ୟକ୍ତି ମୁହଁରେ ଗାମୁଛା ବାନ୍ଧି ତାଙ୍କ ଷ୍ଟୁଡିଓକୁ ଆସିଥିଲେ। ଜଣେ କଳା ରଙ୍ଗର ଓ ମୋଟା ଥିଲାବେଳେ ଅନ୍ୟ ଜଣେ ପତଳା ଶରୀରର ଥିଲେ। ଉଭୟ ପଶିବା ମାତ୍ରେ ଯୋଗେଶଙ୍କୁ ଆକ୍ରମଣ କରିବା ସହ ବନ୍ଧୁକ କାଢ଼ି ବେକରେ ଲଗାଇଥିଲେ। ତୋର ବଞ୍ଚିବାର ଅଛି ଯଦି ଭିଡିଓ ଲାଇନ୍‌ ଛାଡ଼ିଦେ କହିଲେ। ଏହାପରେ ସିସିଟିଭିର ହାର୍ଡଡିସ୍କ କାଢ଼ି ନେଇଥିଲେ। ପରେ ତାଙ୍କୁ ବନ୍ଧୁକ ମୁନରେ ପଲ୍‌ସର ମୋଟର୍‌ ସାଇକଲ୍‌ରେ ବସାଇ କୌଣସି ଏକ ସ୍ଥାନକୁ ନେଇ ନିସ୍ତୁକ ମାଡ଼ ମାରିଥିଲେ ବୋଲି ଯୋଗେଶ ଅଭିଯୋଗ କରିଛନ୍ତି।