ଭୁବନେଶ୍ବରରେ ଏଣିକି ଭାରୀ ମୋଟରଯାନ ଚଲାଇବେ ମହିଳା ଓ କିନ୍ନର

ଭୁବନେଶ୍ୱର (ସଂକେତ୍ ଟିଭି) : ଭୁବନେଶ୍ବରରେ ଏଣିକି ଭାରୀ ମୋଟରଯାନ ଚଲାଇବେ ମହିଳା ଓ କିନ୍ନର । ଏଥିପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମହିଳା ଓ କିନ୍ନରଙ୍କୁ ଭାରି ଯାନ ଚଲାଇବା ନେଇ ତାଲିମ ଦିଆଯିବ । ଆଉ ଏହି ସୁଯୋଗ ଦେବ କ୍ରୁଟ୍ ।

ଏଥିପାଇଁ ଇଚ୍ଛୁକ ବ୍ୟକ୍ତି ଆବେଦନ କରିପାରିବେ । ଭାରିଯାନ ଡ୍ରାଇଭିଂ ଟ୍ରେନିଂ ପାଇଁ ୧ ଏପ୍ରିଲ ୨୦୨୧ ପୂର୍ବରୁ ବର୍ଷେ ବୈଧତା ଏଲଏମଭି ଲାଇସେନ୍ସ ଥିବା ଆବଶ୍ୟକ । ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍ କିମ୍ବା ତାଠାରୁ ଅଧିକ ହେବ । ସେହିପରି ବୟସ ୨୦ରୁ ୪୦ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।