CulturalFeaturedLatest

ରାମାୟଣ ଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରେନ ୨୧ରୁ ଆରମ୍ଭ ହେବ ସେବା

ନୂଆଦିଲ୍ଲୀ (ସଂକେତ୍ ଟିଭି) : ରାମାୟଣ ଯାତ୍ରା ପାଇଁ ଭାରତୀୟ ରେଲବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ପର୍ଯ୍ୟଟନ ଟ୍ରେନ ଶ୍ରୀରାମ ଓ ସୀତାଙ୍କ ସହ ସଂପର୍କିତ ତୀର୍ଥସ୍ଥଳକୁ ଶ୍ରଦ୍ଧାଳୁଙ୍କୁ ନେଇ ଯିବ । ରେଲବାଇ ଅଧିକାରୀ କହିଛନ୍ତି ପ୍ରଥମ ଥର ପାଇଁ ପର୍ଯ୍ୟଟନ ଟ୍ରେନ ଭାରତରୁ ନେପାଳ ଯିବ । ଆଉ ଦୁଇ ଧାର୍ମିକ ନଗରୀ ଅଯୋଧ୍ୟା ଓ ନେପାଳର ଜନକପୁରକୁ ଯୋଡିବ ।

ଭଗବାନ ଶ୍ରୀରାମଙ୍କ ଉପରେ ଆସ୍ଥା ରଖୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଭାରତୀୟ ରେଲ ବାଇ ଆଧ୍ୟାତ୍ମିକଯାତ୍ରାର ଏକ ପର୍ଯ୍ୟଟନ ପ୍ୟାକେଜ ଆଣିଛି । ଯାହାର ନା ରହିଛି ରାମାୟଣ ସର୍କିଟ ଯାତ୍ରା । ଏଥିରେ ରାମାୟଣ ସହ ସଂପର୍କିତ ତୀର୍ଥସ୍ଥଳୀ ବୁଲି ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଭାରତରେ ଓ ଭାରତୀୟଙ୍କ ମନରେ ରାମାୟଣର ସ୍ୱତନ୍ତ୍ର ସ୍ଥାନ ରହିଛି । ପ୍ରଭୁ ଶ୍ରୀରାମଙ୍କ ଜୀବନି ସହ ସଂପର୍କିତ ତୀର୍ଥସ୍ଥଳୀକୁ ଥରକରେ ଯିବା ସହଜ କରିଛି ଭାରତୀୟ ରେଲବାଇ

ଜୁନ ୨୧ ତାରିଖରୁ ଶ୍ରଦ୍ଧାଳୁଙ୍କୁ ନେଇ ଦିଲ୍ଲୀର ସଫଦରଜଙ୍ଗ ଷ୍ଟେସନରୁ ଭାରତ ଗୌରବ ପର୍ଯ୍ୟଟକ ଟ୍ରେନ ରାମାୟଣ ସର୍କିଟ ଯାତ୍ରାରେ ବାହାରିବ । ପ୍ରଥମେ ଅଯୋଧ୍ୟାରେ ଅଟକିବ ଟ୍ରେନ, ଯେଉଁଠି ଶ୍ରୀରାମ ଜନ୍ମଭୂମି ମନ୍ଦିର, ଶ୍ରୀହନୁମାନ ମନ୍ଦିର, ନନ୍ଦିଗ୍ରାମରେ ଭରତ ମନ୍ଦିର ଦର୍ଶନ କରିବେ ଶ୍ରଦ୍ଧାଳୁ । ଅଯୋଧ୍ୟାରୁ ବକ୍ସର ଦେଇ ସୀତାମଢି ଯିବ, ଯେଉଁଠି ସୀତା ଜନ୍ମ ଗ୍ରହଣ କରିଥିବା ବିଶ୍ୱାସ କରାଯାଏ । ଏହାପରେ ନେପାଳର ଜନକପୁରରେ ଥିବା ରାମ-ଜାନକୀ ମନ୍ଦିରରେ ଦର୍ଶନ କରିବେ ତୀର୍ଥ ଯାତ୍ରୀ ।

ବିହାରରୁ ବାରଣାସୀ ଦେଇ ଗୌରବ ଟ୍ରେନ ଶିବଙ୍କ ନଗରୀ କାଶିରେ ପହଂଚିବ, ପ୍ରସିଦ୍ଧ କାଶିବିଶ୍ୱନାଥ ମନ୍ଦିରରେ ଦର୍ଶନ, ସୀତାଙ୍କ ସମାହିତ ସ୍ଥଳ ବୁଲି ଦେଖିବେ ଶ୍ରଦ୍ଧାଳୁ ।ଏଥି ସହ କାଶୀ ପ୍ରୟାଗ, ଚିତ୍ରକୁଟ, ନାସିକ, ହମ୍ପି, ଦକ୍ଷିଣରେ ଥିବା ରାମେଶ୍ୱରମ ଓ କାଂଚି ଦେଇ ଭଦ୍ରାଚଲମରେ ତୀର୍ଥ ଯାତ୍ରା ସଂପୂର୍ଣ୍ଣ ହେବ । ଭଦ୍ରଚଲାମରୁ ପୁଣି ଦିଲ୍ଲୀ ଫେରିବ ଟ୍ରେନ । ରାମାୟଣ ସର୍କିଟ ଯାତ୍ରା ପାଇଁ ଜଣେ ଯାତ୍ରୀକୁ ୬୨ହଜାର ୩୭୦ ଟଙ୍କା ଗଣିବାକୁ ପଡିବ । ପ୍ରଥମ ୫୦ ଟିକଟ ବୁକିଂରେ ୫ ପ୍ରତିଶତ ଛାଡ ମଧ୍ୟ ମିଳବ । ଏହାଛଡା ଯାତ୍ରୀଙ୍କ ସୁବିଧା ପାଇଁ ଇଏମଆଇ ବିକଳ୍ପ ସେବା ମଧ୍ୟ ରଖିଛି ଆଇଆରସିଟିସି ।