ଚୀନ୍କୁ ଘାରିଛି ଏଲନ୍ ମସ୍କଙ୍କ ସାଟେଲାଇଟ୍ ଷ୍ଟାରଲିଙ୍କ୍ ନେଟ୍ୱର୍କ ଭୟ
ବେଜିଂ (ସଂକେତ୍ ଟିଭି) : ଏଲନ୍ ମସ୍କଙ୍କ ସାଟେଲାଇଟ୍ ଷ୍ଟାର୍ଲିଙ୍କର ନେଟ୍ୱର୍କକୁ ନେଇ ଚୀନ୍ ଏବେ ଭୟଭୀତ । ଷ୍ଟାରଲିଙ୍କ୍ ନେଟ୍ୱର୍କକୁ ଧ୍ୱସଂ କରିବା ପାଇଁ ଚୀନ୍ ନୂଆ ଟେକ୍ନୋଲୋଜିର ଖୋଜ୍ ଆରମ୍ଭ କରିଦେଇଛି । ଚୀନ୍କୁ ଡର ଘାରିଛି କି ଏହି ସାଟେଲାଇଟ୍ଟି ଆମେରିକା ସେନାକୁ ସହାୟତା କରିବ ଯାହାକି ତା’ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ।
ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ଖବରନୁଯାୟୀ ବେଜିଂ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟ୍ରାକିଂ ଆଣ୍ଡ ଟେଲିକମ୍ୟୁନିକେସନ୍ ଓ ଚୀନ୍ ଡିଫେନ୍ସ ଇଣ୍ଡଷ୍ଟ୍ରି ଷ୍ଟାରଲିଙ୍କ୍ ସାଟେଲାଇଟ୍କୁ ଆବଶ୍ୟକ ପଡ଼ିଲେ କିରି ଅଚଳ କରିହେବ ସେ ନେଇ ରିସର୍ଚ୍ଚ କରିବା ଆରମ୍ଭ କରିଦେଇଛି । ରିସର୍ଚ୍ଚ ପାଇଁ କରାଯାଇଥିବା ଷ୍ଟଡିରେ କୁହାଯାଇଛି କି ରାଷ୍ଟ୍ରୀୟ ସୁରକ୍ଷାରେ ଷ୍ଟାରଲିଙ୍କ ବିଦ ସୃଷ୍ଟି କଲେ ତାହାକୁ ନଷ୍ଟ କରିଦିଆଯିବ । ଏ ନେଇ ଏଭଳି ଏକ ସିଷ୍ଟମ ପ୍ରସ୍ତୁତ କରାଯିବ ଯାହାକି ଷ୍ଟାରଲିଙ୍କର ଆକ୍ଟିଭିଟି ଟ୍ରାକ୍କୁ ମନିଟରିଂ କରିବ । ଷ୍ଟାରଲିଙ୍କ୍ ଆମେରିକାର ଡ୍ରୋନ୍ ଓ ହେଲଥ୍ ଫାଇଟର ଜେଟ୍ସର ଡାଟା ଟ୍ରାନ୍ସମିଶନ୍ ସ୍ପିଡ୍ ୧୦୦ ଗୁଣ ବୃଦ୍ଧି କରିବାର କ୍ଷମତା ରଖିଛି । ଖାସ୍ ଏହି ଡର ଏବେ ଚୀନ୍କୁ ଘାରିଛି ।
ଏଳନ୍ ମସ୍କଙ୍କ କମ୍ପାନୀ ସ୍ପେଶ୍ ଏକ୍ସ ଷ୍ଟାରଲିଙ୍କ୍କୁ ସାଟେଲାଇଟ୍କୁ ଏକ ଅତ୍ୟାଧୁନିକ ତଥା ହାଇସ୍ପିଡ୍ ନେଟ୍ୱର୍କ ଭାବେ ପ୍ରସ୍ତୁତ କରିଛି । ଏଥିରେ ୧ହଜାର ଛୋଟ ଛୋଟ ସାଟେଲାଇଟ୍ ଯାହାକି ପୃଥିବୀର ଲୋ ଆର୍ଥ ଅର୍ବିଟାରୀରେ ମହଜୁଦ୍ ରହିଛି । ନିକଟରେ ରୁଷ୍ର ରୋକ୍ସୋସ୍ମୋସ୍ ମହାକାଶ ଏଜେନ୍ସିର ପ୍ରମୁଖ ଦିମିତ୍ରୀ ରୋଗୋଜିନ୍ ଏ ନେଇ ମସ୍କଙ୍କୁ ବି ଧମକ ଦେଇଥିଲେ ।
ସୂଚନାଥାଉକି ଫେବୃୟାରୀରେ ରୁଷ ସୈନିକମାନେ ୟୁକ୍ରେନ୍ର ଇଣ୍ଟରନେଟ୍ ସିଷ୍ଟମ୍କୁ ଧ୍ୱଂସ କରିଦେବା ପରେ ମସ୍କଙ୍କ କମ୍ପାନୀ ସ୍ପେଶ୍ଏକ୍ସ ୟୁକ୍ରେନ୍କୁ ଇଣ୍ଟରନେଟ୍ ସୁବିଧା ପ୍ରଦାନ କରିବା ଯୋଗୁଁ ୟୁକ୍ରେନ୍ ସେନାକୁ ଯଥେଷ୍ଟ ସହାୟତା ମିଳୁଛି ।