ଗାଡିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ହେଲା ବାଧ୍ୟତାମୂଳକ

ଭୁବନେଶ୍ବର (ସଂକେତ୍ ଟିଭି) : ଉଭୟ ନୂଆ ଓ ପୁରୁଣା ଗାଡିରେ ଏଣିକି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ଲାଗିବ । ଏହି ପ୍ଲେଟ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଗାଡି ମାଲିକଙ୍କୁ ନୂଆ ପ୍ଲେଟ ଲଗାଇବା ପାଇଁ ତିନି ମାସ ସମୟ ଦିଆଯିବ । ୨୦୧୯ ଏପ୍ରିଲ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡି ପାଇଁ ଟାଇମ ଲାଇନ ସ୍ଥିର କରାଯାଇଛି । ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବାର ଡିସେମ୍ବର ୩୧ ତାରିଖ ହେଉଛି ଶେଷ ଦିନ । ନିର୍ଦ୍ଧାରିତ ସମୟରେ ପ୍ଲେଟ ନ ଲଗାଇଲେ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡିବ ।