ପାଣି ପାଇଁ ଭାରତ ଆସିବେ ପାକିସ୍ତାନ ପ୍ରତିନିଧିଦଳ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ପାଣି ପାଇଁ ଭାରତ ଗସ୍ତରେ ଆସୁଛନ୍ତି ପାକିସ୍ତାନୀ ପ୍ରତିନିଧି ମଣ୍ଡଳୀ। ଏହି ସପ୍ତାହନ୍ତରେ ପାକିସ୍ତାନର ତିନି ଜଣିଆ ପ୍ରତିନିଧି ଦଳ ସିନ୍ଧୁ ଜଳ ଆୟୋଗ ଅଧୀନରେ ଆଲୋଚନା ପାଇଁ ଭାରତ ଗସ୍ତ କରିବେ। ସିନ୍ଧୁ ଜଳ ଚୁକ୍ତି ଅଧୀନରେ ଜଳ ବଣ୍ଟନ ପ୍ରସଙ୍ଗରେ ଆଲୋଚନା ହେବ।

ସ୍ଥାୟୀ ସିନ୍ଧୁ କମିଶନ (ପିଆଇସି)ର ବାର୍ଷିକ ବୈଠକ ପାଇଁ ଭାରତୀୟ ପ୍ରତିନିଧୀ ଇସଲାମାବାଦ ଗସ୍ତ କରିବାର କିଛି ମାସ ପରେ ଆସିବ। ମାର୍ଚ୍ଚ ଏକରୁ ତିନି ତାରିଖ ପର୍ଯ୍ୟନ୍ତ ସ୍ଥାୟୀ କମିଶନ ବୈଠକ କରିଥିଲେ। ସିନ୍ଧୁ ଜଳ ପାଇଁ ଭାରତୀୟ କମିଶନର ପି.କେ ସକ୍ସେନାଙ୍କ ନେତୃତ୍ୱରେ ଏହା କରାଯାଇଥିଲା।

ଗତ କିଛି ସପ୍ତାହ ମଧ୍ୟରେ ପାକିସ୍ତାନୀ ପ୍ରତିନିଧୀ ଦ୍ୱିତୀୟ ଥର ପାଇଁ ଭାରତ ଗସ୍ତରେ ଆସୁଛନ୍ତି। ଏହାପୂର୍ବରୁ ପାକିସ୍ତାନୀ ଏକ ପ୍ରତିନିଧୀ ଦଳ ସାଙ୍ଘାଇ କୋଅପରେସନ ଅର୍ଗାନାଇଜେସନ (ଏସସିଓ) ର ରିଜିଓନାଲ ଆଣ୍ଟି ଟେରର୍ ଷ୍ଟ୍ରକଚର (ଆରଏଟିଏସ୍ ) ବୈଠକରେ ଯୋଗ ଦେବାପାଇଁ ଦିଲ୍ଲୀ ଗସ୍ତ କରିଥିଲେ।

ମାର୍ଚ୍ଚର ହୋଇଥିବା ସିନ୍ଧୁ ଜଳ ଆୟୋଗର ବୈଠକରେ ଭାରତୀୟ ପକ୍ଷ ସୂଚାଇ ଦେଇଛନ୍ତି ଯେ, ଏହାର ସମସ୍ତ ପ୍ରକଳ୍ପ ସିନ୍ଧୁ ଜଳ ଚୁକ୍ତିନାମାର ନିୟମାବଳୀକୁ ସମ୍ପୂର୍ଣ୍ଣ ଭାବେ ପାଳନ କରୁଛି ଏବଂ ଏହି ଅବସ୍ଥିତିକୁ ସମର୍ଥନ କରି ବୈଷୟିକ ବିବରଣୀ ପ୍ରଦାନ କରିଛି।

ଗତ ବୈଠକରେ ଫାଜିଲକା ଡ୍ରେନ ପ୍ରସଙ୍ଗରେ ଉଭୟ ପକ୍ଷ ଆଲୋଚନା କରିଥିଲେ। ସତଲେଜ ନଦୀରେ ଫାଜିଲକା ଡ୍ରେନର ମୁକ୍ତ ପ୍ରବାହକୁ ନିଶ୍ଚିତ କରିବା ପାଇଁ ଇସଲାମାବାଦ ସମସ୍ତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାକିସ୍ତାନ ନିଶ୍ଚିତ କରିଛି। ୧୯୬୦ର ସିନ୍ଧୁ ଜଳ ଚୁକ୍ତିନାମା ଅନୁଯାୟୀ, ପାଶ୍ଚିମାଞ୍ଚଳର ତିନୋଟି ନଦୀ ଯଥା- ସିନ୍ଧୁ, ଝେଲମ ଓ ଚେନାବର ଜଳ ପାକିସ୍ତାନକୁ ଯାଇଥିବାବେଳେ ଅନ୍ୟ ତିନୋଟି ପୂର୍ବାଞ୍ଚଳ ନଦୀ ଯଥା- ସତଲେଜ୍, ବିସ୍ ଏବଂ ରାବି ନଦୀର ଜଳ ଭାରତକୁ ଭାରତକୁ ଆବଣ୍ଟିତ ହୋଇଛି। କିନ୍ତୁ ଏଥିରେ ମଧ୍ୟ କିଛି କଟକଣା ଲଗାଯାଇଛି।

ସୂଚନାଯୋଗ୍ୟ, ପାକିସ୍ତାନ ଅଧିନସ୍ଥ ପାଶ୍ଚିମାଞ୍ଚଳ ନଦୀ ଉପରେ ନୂତନ ପ୍ରକଳ୍ପ ଚଳାଇବା ଅଧିକାର ଭାରତ ନିକଟରେ ଅଛି। କିନ୍ତୁ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ଡିଜାଇନ ରହିବା ଉଚିତ। କିନ୍ତୁ ପାଶ୍ଚିମାଞ୍ଚଳ ନଦୀଗୁଡ଼ିକରେ ଭାରତୀୟ ଜଳ ବିଦ୍ୟୁତ୍ ପ୍ରକଳ୍ପର ଡିଜାଇନ୍ ଉପରେ ପାକିସ୍ତାନ ଆପତ୍ତି ଉଠାଉଛି।