‘କବୀର ସିଂ’ର ସିକ୍ବେଲ୍ ଖୁବ୍ ଶୀଘ୍ର ଆରମ୍ଭ ହେବ
ମୁମ୍ବାଇ (ସଂକେତ୍ ଟିଭି) : ସାହିଦ କପୁରଙ୍କ ସୁପର ଡୁପର ହିଟ୍ ଫିଲ୍ମ ହେଉଛି ‘କବୀର ସିଂ’ ବକ୍ସ ଅପିସ୍ରେ ଧମାଲ କରିବା ପରେ ୨୫୦ କୋଟିର କ୍ଲବରେ ସାମିଲ୍ ହୋଇଥିଲା। ଏହି ଚଳଚ୍ଚିତ୍ର ଅନେକ ଫିଲ୍ମର ରେକର୍ଡ ଭାଙ୍ଗି ଥିଲା। ଏହା ଦକ୍ଷିଣର ଚଳଚ୍ଚିତ୍ର ‘ଅର୍ଜୁନ ରେଡ୍ଡୀ’ର ଅଫିସିଆଲ୍ ରିମେକ୍ ଥିଲା। ଏହାକୁ ନେଇ ବର୍ତ୍ତମାନ ଭୂଷଣ କୁମାର ‘କବୀର ସିଂ’ର ସିକ୍ୱେଲ ବିଷୟରେ କଥା ହୋଇଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଇଣ୍ଟରଭ୍ୟୁରେ ଯେତେବେଳେ ଟି-ସିରିଜ୍ ନିର୍ମାତା ଭୂଷଣ କୁମାରଙ୍କୁ ପଚରାଗଲା ଯେ ତାଙ୍କର କେଉଁ ଫିଲ୍ମ ଫ୍ରାଞ୍ଚାଇଜରେ ପରିଣତ ହେବା ଉଚିତ, ସେ ହସି ହସି କହିଥିଲେ ଯେ ମୁଁ ଭାବୁଛି ଆମର ଫିଲ୍ମ ‘କବୀର ସିଂ’ ଏକ ଫ୍ରାଞ୍ଚାଇଜରେ ପରିଣତ ହୋଇପାରେ। କାରଣ କବୀର ସିଂ ଏପରି ଏକ ଚରିତ୍ର, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏପରି ପରିସ୍ଥିତିରେ ଏହି ଚଳଚ୍ଚିତ୍ରର ସିକ୍ୱେଲ ବିଷୟରେ ଚିନ୍ତା କରାଯାଇପାରେ।
ଆହୁରି ମଧ୍ୟ ସେ କହିଛନ୍ତି ଯେ ସେ ‘ଆଶିକି-୩ ମଧ୍ୟ ତିଆରି କରିବାକୁ ଚାହୁଁଛନ୍ତି କିନ୍ତୁ ତାଙ୍କ ଟିମ୍ ଖୁବ ଶୀଘ୍ର’ କବୀର ସିଂ ୨’ର କାହାଣୀ ଉପରେ କାମ ଆରମ୍ଭ କରିବେ ବୋଲି ସେ ନିଶ୍ଚିତ କରିଛନ୍ତି।