ବଲିଉଡ୍‌ରେ ଏଣ୍ଟ୍ରି କରିବେ ସଲମାନଙ୍କ ଭାଣିଜୀ ଅଲିଜେହ

ମୁମ୍ବାଇ (ସଂକେତ୍ ଟିଭି) : ବଲିଉଡରେ କୁଆଡ଼େ ଖୁବଶୀଘ୍ର ଏଣ୍ଟ୍ରି କରିବେ ଭାଇଜାନ୍‌ଙ୍କ ଭାଣିଜୀ ଅଲିଜେହ । ଆଗାମୀ ଦିନରେ ସେ ବଲିଉଡର ଅଭିନେତ୍ରୀଙ୍କ ତାଲିକାରେ ସାମିଲ ହୋଇପାରନ୍ତି । ନିକଟରେ ଅଲିଜେହ ତାଙ୍କ ଫଟୋଶୁଟ୍ କରିଛନ୍ତି । ଏହି ଫଟୋରେ ଅଲିହେଜଙ୍କ ବୋଲ୍ଡ ଆଉ କିଲର ଲୁକ୍ ଦେଖିବାକୁ ମିଳିଛି । ସଲମାନ ଖାନଙ୍କ ଭାଣିଜୀ ଅଲିଜେହ ଅଗ୍ନିହୋତ୍ରି ବଲିଉଡର ଗ୍ଲାମର ଦୁନିଆ ଠାରୁ ଦୂରେଇ ରହିଥିଲେ ମଧ୍ୟ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ଢେର ଅଧିକା ।

ଅଲିଜେହ ନିକଟରେ ତାଙ୍କର କିଛି ଫଟୋ ସୋଶାଲ ମିଡିଆରେ ଶେଆର କରିଛନ୍ତି, ଯେଉଁଥିରେ ପ୍ରଶଂସକମାନେ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ଏଥିସହ ବହୁତ ଲାଇକ୍ସ ଓ କମେଣ୍ଟ ମିଳିଛି । ସଲମାନ ଖାନଙ୍କ ଭଉଣୀ ଅଲଭିରା ଏବଂ ଅଭିନେତା-ନିର୍ମାତା ଅତୁଲ ଅଗ୍ନିହୋତ୍ରିଙ୍କ ଝିଅ ହେଉଛନ୍ତି ଅଲିଜେହ ଅଗ୍ନିହୋତ୍ରି । ଅଲିଜେହ ଶୀଘ୍ର ବଲିଉଡରେ ପାଦ ଦେବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ଏବେ ବି-ଟାଉନରେ ଚର୍ଚ୍ଚା ହେଉଛି । ତେବେ ଏହାରି ଭିତରେ ସେ ମଡେଲିଂ ଦୁନିଆରେ ପାଦ ରଖିଛନ୍ତି ।

ଅତୁଲ ଅଗ୍ନିହୋତ୍ରି ତାଙ୍କ ଝିଅ ଅଲିଜେହ ଅଗ୍ନିହୋତ୍ରିଙ୍କ ବଲିଉଡରେ ଡେବ୍ୟୁ କରିବା ବିଷୟରେ କହିଥିଲେ । ଏବେ ସେ କହିଛନ୍ତି, ‘କିଛି କହିବା ଠିକ୍ ହେବନି । ସମୟକୁ ଅପେକ୍ଷା କରିବାକୁ ପଡ଼ିବ । ଜଣେ ବାପା ଭାବେ ମୋର ଏକମାତ୍ର ଇଚ୍ଛା ସେ ସର୍ବଦା ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ରହୁ । ସେ ନିଜର ବେଷ୍ଟ ପରଫରମାନ୍ସ ଦେଉ ।’ ଅଲିଜେହ ଅଗ୍ନିହୋତ୍ରି ସୋଶାଲ ମିଡିଆରେ ବେଶ ସକ୍ରିୟ । ସେ ନିଜ ଜୀବନ ସହ ଜଡିତ ଅପଡେଟ୍‌ସ୍ ଫ୍ୟାନ୍‌ମାନଙ୍କ ସହ ଶେଆର କରନ୍ତି । ଏହା ବ୍ୟତୀତ, ଅଲିଜେହ ବେଳେବେଳେ ଅଜବଗଜବ ପୋଷ୍ଟ ସବୁ ଶେଆର କରନ୍ତି । ଯାହାକୁ ଦେଖି ଫେନ୍‌ମାନେ ଚିନ୍ତାରେ ପଡ଼ିଯାଆନ୍ତି ।