ଦେଶରେ ବିଜୁଳି ସଙ୍କଟ ଆଶଙ୍କା

ନୂଆଦିଲ୍ଲୀ (ସଂକେତ୍ ଟିଭି) : ବିଜୁଳିର ବଢୁଥିବା ଆବଶ୍ୟକତା ଭିତରେ ସେପେଫମ୍ବର ସୁଦ୍ଧା ଭାରତରେ କୋଇଲାର ସଙ୍କଟ ଦେଖାଦେଇପାରେ । ଭାରତର ଶକ୍ତି କ୍ଷେତ୍ରରେ କୋଇଲାର ପରିମାଣ ହ୍ରାସ ଯୋଗୁ ବିଜୁଳି ଉତ୍ପାଦନରେ ସମସ୍ୟା ଦେଖାଦେଇଛି । ଏନେଇ ବ୍ୟାପକ ପରିମାଣରେ ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ହୋଇଛି । ଆଶା କରାଯାଉଛି ଦେଶରେ ୨୦୨୩ ମାର୍ଚ୍ଚ ଯାଏ କୋଇଲାର ଆବ୍ୟକତା ୭୮୪.୬ ମିଲିୟନ ଟନ ରହିବ । ଯାହା ପୂର୍ବଠାରୁ ୩.୩ ପ୍ରତିଶତ ଅଧିକ ।

ରୟଟର୍ସ ପାୱାର ମିନିଷ୍ଟ୍ରି ଅନୁମାନ କରିଛି ଯେ ଏହିଭଳି ସ୍ଥିତି ଜାରିରହିବ । ଏଭଳିସ୍ଥିତିରେ ଦଶରେ ବିଜୁଳି ସଙ୍କଟ ଦେଖାଦେବ । ଆଉ ଗୋଟିଏ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଭାରତରେ ସେପେଫମ୍ବରରେ ସ୍ଥାନୀୟ କୋଇଲା ସପ୍ଲାଇର ଆବଶ୍ୟକତା ୪୨.୫ ମିଲିୟନ ଟନ କମ ରହିବା ନେଇ ଅନୁମାନ କରାଯାଉଛି । ବିଜୁଳିର ଅଧିକ ଆବଶ୍ୟକତା, କିଛି ଖାଦାନରେ କମ ଉତ୍ପାଦନ କାରଣରୁ ପୂର୍ବ ଅନୁମାନରୁ ଏହା ୧୫ ପ୍ରତିଶତ ଅଧିକ ରହିଛି । ଏହି ଭୟଙ୍କର ସ୍ଥିତି କୋଇଲାର ଅଭାବ ପାଇଁ ଦେଶରେ ଦେଖାଦେଇଛି । ଚଳିତ ଥର ଅନ୍ୟବର୍ଷ ତୁଳନାରେ ଦେଶରେ ବିଜୁଳୀର ଆବଶ୍ୟକତା ବଢିଛି । ୩୮ ବର୍ଷରେ ପ୍ରଥମ ଥର ଏଭଳି ସମସ୍ୟା ଉପୁଜିଛି । ଋଷ-ୟୁକ୍ରେନ ସଙ୍କଟ ଭିତରେ ସପ୍ଲାଇରେ ଅଭାବ ଆସିଥିଲା ।

ସେପଟେ କୋଇଲାର ଦର ବର୍ତ୍ତମାନ ରେକର୍ଡସ୍ତରରେ ପହଞ୍ଚିଛି । ଭାରତରେ ନିକଟରେ କୋଇଲାର ଆମଦାନୀ ବଢାଇବା ପାଇଁ କୁହାଯାଇଥିଲା । ସରକାର ବିଜୁଳି ପ୍ଲାଣ୍ଟଗୁଡିକୁ କୋଇଲା ଆମଦାନୀ ନକରିବା ଉପରେ ଘରୋଇ କୋଇଲା ସପ୍ଲାଇରେ କାଣ୍ଟଛାଣ୍ଟ କରିବାକୁ ଚେତାବନୀ ଦେଇଥିଲେ । ତେବେ, ଶକ୍ତି ବିଭାଗରୁ ସ୍ପଷ୍ଟ ହୋଇଛି ଯେ ଅଧିକାଂଶ ରାଜ୍ୟରେ କୋଇଲା ଆମଦାନୀ ପାଇଁ ଲିଜ ଦେବା ବାକି ରହିଛି । ଯଦି କେହି କୋଇଲା ଆମଦାନୀ ନକରନ୍ତି ତେବେ ଜୁଲାଇ ମାସରେ ପାୱାର ପ୍ଲାଣ୍ଟରେ କୋଇଲାର ଅଭାବ ଦେଖାଦେବ ।