ହରିପ୍ଲାଷ୍ଟକୁ ମିଳିଲା ଟାଇମ୍ସ ବିଜନେସ୍ ଆୱାର୍ଡ ୨୦୨୨
ଭୁବନେଶ୍ୱର (ସଂକେତ୍ ଟିଭି) : ଭୁବନେଶ୍ୱରର ହୋଟେଲ ଆଇଟିସିରେ ଟାଇମ୍ସ ଗୃପ ଦ୍ୱାରା ଅନୁଷ୍ଠିତ ଟାଇମସ୍ ବିଜିନେସ୍ ଆୱାର୍ଡ ଉତ୍ସବର ଏକ ଭବ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରାଜ୍ୟ ତଥା ଭାରତର ଶତାଧିକ ଉଚ୍ଚ ଅଧିକାରୀ, ବୁଦ୍ଧିଜୀବି, କର୍ପୋରେଟ୍ ଲିଡର୍ ଏବଂ ଶିଳ୍ପପତିଙ୍କ ଗହଣରେ ହରିପ୍ଲାଷ୍ଟକୁ ପିଭିସି ପାଇପସ୍ ଏବଂ ଫିଟିଙ୍ଗସ୍ କ୍ଷେତ୍ରରେ ପୂର୍ବ ଭାରତର ନଂ୧ ବ୍ରାଣ୍ଡ ଭାବରେ ବିବେଚିତ କରାଯାଇ ହରି ପ୍ଲାଷ୍ଟର ପରିଚାଳନା ନିର୍ଦେଶକ ସଂଗ୍ରାମ ଦାସଙ୍କୁ ସମ୍ମାନଜନକ ଟାଇମସ୍ ବିଜିନେସ୍ ଆୱାର୍ଡରେ ସମ୍ମାନିତ କରାଯାଇଅଛି ।
ପ୍ରଖ୍ୟାତ ସେଲିବ୍ରିଟି ସିନେ-କଳାକାର ଶ୍ରୀ ସୋନୁ ସୁଦଙ୍କଠାରୁ ପୁରସ୍କାର ପାଇବାବେଳେ ଶ୍ରୀ ଦାସ କହିଛନ୍ତି ହରିପ୍ଲାଷ୍ଟ ଆଗାମୀ ଦିନରେ ମଧ୍ଯ ତାର ଉଚ୍ଚ ଗୁଣବତ୍ତା ଏବଂ ଦୀର୍ଘସ୍ଥାୟୀ ପ୍ରଡକ୍ଟ ଉତ୍ପାଦନ କରି ଦେଶରେ ଏକ ଅଗ୍ରଣୀ ବ୍ରାଣ୍ଡ ଭାବରେ ନିଜକୁ ପ୍ରତିପାଦିତ କରିବ ।