ସିଭିଲ ସର୍ଭିସ୍ ରେଜଲ୍ଟ: ଶୃତି ଶର୍ମା ଆଇଏଏସ ଟପ୍ପର, କୃତକାର୍ଯ୍ୟ କରିଛନ୍ତି ୬୮୫ ଜଣ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ୟୁନିୟନ ପବ୍ଲିକ ସର୍ଭିସ୍ କମିଶନଙ୍କ ପକ୍ଷରୁ ସିଭିଲ ସର୍ଭିସ ୨୦୨୧ର ପରୀକ୍ଷାର ଫାଇନାଲ ରେଜଲ୍ଟ ପ୍ରକାଶ ପାଇଛି । ତେବେ ଏଥର ପୁଅଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଝିଅ । ଶୃତି ଶର୍ମା ଆଇଏଏସ୍ ଟପ୍ପର ହୋଇଛନ୍ତି । ଆଇଏଏସ୍ ରାଙ୍କର ପ୍ରଥମରେ ଶୃତି ରହିଥିବା ବେଳେ ଦ୍ବିତୀୟରେ ଅଙ୍କିତା ଅଗ୍ରଓ୍ବାଲ ଏବଂ ତୃତୀୟରେ ଅଛନ୍ତି ଜାମିନୀ ସିଙ୍ଗଲା ।

ସିଭିଲ ସର୍ଭିସରେ ୬୮୫ ଜଣ ପରୀକ୍ଷାର୍ଥର କୃତକାର୍ଯ୍ୟ ହୋଇଛନ୍ତି । ୧୮୦ ଜଣଙ୍କୁ ଆଇଏଏସ୍ ରାଙ୍କ ମିଳିଥିବା ବେଳେ, ୨୦୦ ଜଣଙ୍କୁ ଆଇପିଏସ୍ ଏବଂ ୩୭ ଜଣଙ୍କୁ ଆଇଏଫ୍‌ଏସ୍ ରାଙ୍କ ମିଳିଛି ।

ଓଡ଼ିଶାର କାର୍ତ୍ତିକ ପାଣିଗ୍ରାହୀ ୬୩ ରାଙ୍କରେ ରହିଛନ୍ତି । ସେହପରି ୨୩୨ ରାଙ୍କରେ ବିଶ୍ୱ ବିଶ୍ରୁତ ତ୍ରିପାଠୀ । ୨୭୩ ରାଙ୍କରେ ସମୀର କୁମାର ଜେନା । ୩୦୬ ରାଙ୍କରେ ସୌମ୍ୟରଞ୍ଜନ ପ୍ରଧାନ ଓ ୩୭୬ ରାଙ୍କରେ ହର୍ଷିତ ମେହେର ରହିଛନ୍ତି ।