ଓଡ଼ିଶାର ଆଇଏଏସ ଟପ୍ପର ହୋଇଛନ୍ତି କାର୍ତ୍ତିକ ପାଣିଗ୍ରାହୀ

ସୋନପୁର (ସଂକେତ୍ ଟିଭି) : ୟୁପିଏସି ପକ୍ଷରୁ ସୋମବାର ପ୍ରକାଶ ପାଇଥିବା ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶାର ଟପ୍ପର ହୋଇଛନ୍ତି କାର୍ତ୍ତିକ ପାଣିଗ୍ରାହୀ। ସର୍ବଭାରତୀୟ ସ୍ତରରେ ୬୩ତମ ସ୍ଥାନରେ ରହିଥିବା କାର୍ତ୍ତିକଙ୍କ ଘର ସୋନପୁର ସହରର ଗଡ଼ଭିତରରେ। ଜିଲାରେ କାର୍ତ୍ତିକ ହୋଇଛନ୍ତି ଆଇଏଏସ୍‌ ପାଇବାରେ ପ୍ରଥମ ବ୍ୟକ୍ତି। ଏହି ସଫଳତା ପାଇଁ ସେ ପରିବାର ଲୋକଙ୍କୁ ଶ୍ରେୟ ଦେଇଛନ୍ତି। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଇତିହାସର ଏମ୍‌ଫିଲ୍‌ କରୁଛନ୍ତି। ତୃତୀୟ ଚେଷ୍ଟାରେ କାର୍ତ୍ତିକ ଏହି ସଫଳତା ପାଇଛନ୍ତି।