ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଅବସର ପ୍ରାପ୍ତ ସେନା କର୍ମଚାରୀ ଗିରଫ

ବାଲେଶ୍ୱର (ସଂକେତ୍ ଟିଭି) : ଜଣେ ନାବାଳିକାକୁ ଅସଦାଚରଣ କରିଥିବାର ଅଭିଯୋଗରେ ୬୨ ବର୍ଷୀୟ ଅବସରପ୍ରାପ୍ତ ସେନା କର୍ମଚାରୀ ଗିରଫ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ବରମପୁର ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି । ଗିରଫ ଅଭିଯୁକ୍ତଙ୍କ ନାମ ରାଜ କିଶୋର ବେହେରା ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଗତକାଲି ନାବାଳିକା ଜଣଙ୍କ ପଡୋଶୀ ରାଜ କିଶୋରଙ୍କ ଘରକୁ କଦଳୀ ଆଣିବାକୁ ଯାଇଥିଲେ। ଏହି ସମୟରେ ନାବାଳିକାଙ୍କୁ ଅବସରପ୍ରାପ୍ତ ସେନା କର୍ମଚାରୀ ଅସଦାଚରଣ କରିଥିଲେ। ନାବାଳିକା ଜଣଙ୍କ ଘରକୁ ଫେରି ପରିବା ଲୋକଙ୍କ ନିକଟରେ ଘଟଣା ସମ୍ପର୍କରେ ଜଣାଇଥିଲେ। ପରିବାର ଲୋକେ ଏନେଇ ବରହମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଆଜି ସକାଳେ ରାଜ କିଶୋରଙ୍କୁ ଗିରଫ କରିଛି।